ଫୁଲବାଣୀ : ପୂର୍ବତନ ବିଧାୟକ ଅଙ୍ଗଦ କହଁର ଙ୍କ ସ୍ୱାସ୍ଥ୍ୟ ଭଲ ରହୁନଥିବାରୁ ସେ ସଭାପତି ପଦ ପାଇଁ ସମୟ ଦେଇ ପାରୁ ନଥିବାରୁ ସେ ଗତ ଦିନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଜରିଆରେ ପଠେଇଛନ୍ତି I ଫଳରେ ସେହି ଦିନ ଠାରୁ କନ୍ଧମାଳ ଜିଲ୍ଲାରେ ବିଜେଡି ସଭାପତି ପଦ ଖାଲି ରହିଚି l ଜିଲ୍ଲା ସଭାପତି ପାଇଁ ଅନେକ ଆଶାୟୀ l ସେଥିମଧ୍ୟରୁ ପୂର୍ବତନ ବିଧାୟକ, ମନ୍ତ୍ରୀ ଓ ଯୁବନେତାଙ୍କ ନାମ ଚର୍ଚ୍ଚାକୁ ଆସୁଚି l ଯଦିଓ ଦଳ କ୍ଷମତାରେ ନଥିଲେ ମଧ୍ୟ ଆଗକୁ ଅଛି ପଞ୍ଚାୟତ ନିର୍ବାଚନ l ଦଳକୁ ମଜଭୁତ କରିବାକୁ ହେଲେ ତୃଣମୂଳ ସ୍ତରରୁ ପୁଣି ସଜେଇ ଆଣିବାକୁ ହେବ ବୋଲି କହୁଛନ୍ତି ଦଳୀୟ ନେତା l ସେଥିପାଇଁ ଦରକାର ସ୍ଥାନୀୟ ସଭାପତି l ଆଗରୁ ଜିଲ୍ଲା ସଭାପତି ସ୍ଥାନୀୟ ଥିବାରୁ ବିଜେଡି ଜିତି ଆସୁଥିଲା l ଗତ ନିର୍ବାଚନରେ ଜିଲ୍ଲା ସଭାପତି ସ୍ଥାନୀୟ ନ ହେବାରୁ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସଭାପତି ସମୟ ଦେଇ ନ ପାରିବାରୁ ଦଳ ହାରିଥିବା କଥା ଦଳୀୟ କର୍ମୀମାନେ ଆଲୋଚନା କରୁଥିବାର ଶୁଣିବାକୁ ମିଳିଛି l ବର୍ତ୍ତମାନ ପରିସ୍ଥିତିରେ ମଧ୍ଯ ଜିଲ୍ଳା ସଭାପତି ଆଶାୟୀରେ ପୁର୍ବତନ ବିଧାୟକ ଓ ମନ୍ତ୍ରୀ ପଦ୍ମନାଭ ବେହେରା, ପୂର୍ବତନ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ପୂର୍ବତନ ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ର,ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ଯୁବ ବିଜେଡ଼ି ନେତା ରାଧା ମୋହନ ମହାପାତ୍ର ନାମ ଫୁଲବାଣୀ ସହରର ପ୍ରତ୍ୟେକ ଚା ଖଟିରେ ଚର୍ଚ୍ଚା ଚାଲିଛି l
