କାର୍ଯ୍ୟରତ ସାମ୍ବାଦିକଙ୍କୁ ବି ଡି ଓ ଙ୍କ ଆକ୍ରମଣ ଏବଂ ଗିରଫ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

add-all

ଭ୍ଞ୍ଜନଗର : ଭାରତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ର ପ୍ରହରୀ ତଥା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଏବଂ ଗିରଫଦାରୀକୁ ବିରୋଧ କରି ଏସୟୁଜେ ରାଜ୍ୟ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ନାୟକ ଙ୍କ ଆହ୍ବାନ କ୍ରମେ ଭଂଜନଗର ଠାରେ ଏସ ୟୁ ଜେ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଉପସଭାପତି ଶ୍ରୀ ରାଜ କିଶୋର ବିଷୋୟୀ ଏବଂ ଏସୟୁଜେ ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ଲୋକନଥ କର ଙ୍କ ନେତୃତ୍ଵ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଭଂଜନଗର ଠାରେ ଉପ ଜିଲ୍ଲାପାଳ ଙ୍କୁ ଆଜି ଦାବୀ ପତ୍ର ପ୍ରଦାନ କରାଯାଇ ଅଛି।

ପ୍ରକାଶ ଥାଉ କି ଗତ କାଲି ସୋନପୁର ଜିଲ୍ଲା ଅନ୍ତର୍ଗତ ସୁବର୍ଣ୍ଣପୁର ଠାରେ ନିୟୁଜ – 7 ର କାର୍ଯ୍ୟରତ ଜିଲ୍ଲା ପ୍ରତିନିଧି ଶ୍ରୀ ଧୀରେନ୍ଦ୍ର କୁମାର ଦାନୀ ସୁବର୍ଣ୍ଣପୁର ବ୍ଲକ କାର୍ଯ୍ୟାଳୟ କୁ 5 ଟି ଦୂର୍ନତି ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ବିଡ଼ିଓ ସୌମ୍ୟରଂନ ସ୍ୱାଇଁ ତାଙ୍କ ଚାମ୍ବର ଭିତରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ବାବଦରେ ଶ୍ରୀ ଧୀରେନ୍ଦ୍ର ସ୍ଥାନୀୟ ଥାନାକୁ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିବା ବେଳେ ପୋଲିସ ଘଟଣା ର ପ୍ରାଥମିକ ତଦନ୍ତ ନ କରି ଏକ ପାଖିଆ ଭାବେ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।

ଏହି ଘଟଣା କୁ ଭଂଜନଗର ସାମ୍ବାଦିକମାନେ ବିରୋଧ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଏସ ୟୁ ଜେ ଗଞ୍ଜାମ ଜିଲ୍ଲା ଶାଖା ଭଂଜନଗର ତରଫରୁ ତୁରନ୍ତ ଧୀରେନ୍ଦ୍ର ଙ୍କୁ ଖଲାସ ସହିତ ବି ଡି ଓ ସୌମ୍ୟ ରଞ୍ଜନ ସ୍ବାଇଁ ଙ୍କୁ ଗିରଫ ଏବଂ ଏକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛି। ଏହି ଦାବୀ ପତ୍ର ପ୍ରଦାନ ବେଳେ ଏସ ୟୁ ଜେ ଗଞ୍ଜାମ ଜିଲ୍ଲା ସଭ୍ୟ ଶ୍ରୀ ସୂର୍ଯ୍ୟ ନାରାୟଣ ତ୍ରୀପାଠୀ, ଶ୍ରୀ ମନୋଜ କର, ଶ୍ରୀ ସୁଶାନ୍ତ ସାହୁ , ଶ୍ରୀ ବିଶ୍ବମ୍ବର ଜେନା , ଶ୍ରୀ ନବ କିଶୋର ମହାରଣା, ଶ୍ରୀ ଅଶ୍ଵିନୀ କୁମାର ସାହୁ, ଶ୍ରୀ ସଙ୍କର ନାରାୟଣ ମହାରଣା ଏବଂ ଶ୍ରୀ କାର୍ତିକେଶ୍ୱର୍ ପ୍ରଧାନ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.