ରାଜରାସ୍ତାକୁ ଓହ୍ଲାଇଲେ ସରାଫ୍ ଏଜେନ୍ସି ପ୍ରା. ଲିଃ ଟିଟାନିୟମ୍ କମ୍ପାନିର କର୍ମଚାରୀ

add-all

ଛତ୍ରପୁର : ଜମି ଦେଲୁ, ଶ୍ରମ ଦେଲୁ, ସରାଫ୍ ଏଜେନ୍ସି ପ୍ରା. ଲିଃ ଟିଟାନିୟମ୍ ନାମକ କମ୍ପାନି ଗଢ଼ିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ । ମାତ୍ର,ଶେଷରେ କମ୍ପାନୀ ଆମକୁ ଧୋକା ଦେଲା, କର୍ମଚାରୀ ଙ୍କୁ ଅସ୍ଥାୟୀ ଛଟେଇ କରିବା ନିମନ୍ତେ ନଭେମ୍ବର ୧ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ କରିଛି, ଏହା ଆମ ପ୍ରତି ଧୋକା, ଆମେ ଆମର ପରିବାର କିପରି ଚଳାଇବୁ, ଆମର ଚାକିରୀ ଚାଲିଗଲେ ଆମେ କଣ କରିବୁ । ଗତ ୨୦୧୬ ମସିହା ରୁ ଆମେ ଟିଟାନିୟମ କମ୍ପାନୀ ରେ କର୍ମଚାରୀ ଭାବେ କାମ କରି ଆସିଛୁ, ଏନେଇ କର୍ମଚାରୀ ମାନେ ନିଜର ହକ ନିମନ୍ତେ ରାଜରାସ୍ତା ଓଲ୍ହାଇଇଛି, ସେମାନଙ୍କ ଚାକିରୀ ରଖିବା ବ୍ୟବସ୍ଥା ଅଥବା ଜମି ଫେରସ୍ତ କରିବା ଦାବି ନେଇ ଶନିବାର ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କର୍ମଚାରୀ ମାନେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କମ୍ପାନୀ ର ଏଭଳି କାର୍ଯ୍ୟ କୁ ଦୃଢ ନିନ୍ଦା କରିଥିଲେ, ଏନେଇ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଦାବି ପତ୍ର ଡେପୁଟି କଲେକ୍ଟର ପ୍ରଦୀପ କୁମାର ସାହୁ ଙ୍କୁ ପ୍ରଦାନ କରିଥିଲେ, ସେମାନଙ୍କ ଦାବି ଉପରେ ଗୁରୁତ୍ୱ ଦେଇ ଉଚିତ ପଦକ୍ଷେପ ନେବା ନିମନ୍ତେ ମଧ୍ୟ ଉକ୍ତ ଦାବି ପତ୍ର ଉଲ୍ଲେଖ କରିଛନ୍ତି , ଏହା ସହିତ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ମଧ୍ୟ ଏହାର ଏକ ନକଲ ପ୍ରଦାନ କରିଥିଲେ, ସେମାନଙ୍କ ଦାବି ଗୁଡିକ ଯଥା ଶୀଘ୍ର ପୂରଣ ନ କରିଲେ ଆଗାମୀ ଦିନରେ ଶ୍ରମିକ ମାନଙ୍କ ସ୍ୱାର୍ଥ କୁ ଦୃଷ୍ଟି ରଖି ବଡ଼ ଧରଣ ର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ବହୁ କର୍ମଚାରୀ ଏବଂ ଶ୍ରମିକ ନେତା ମାନେ କହିଥିଲେ, ଆଇନଜୀବି ତଥା ଶ୍ରମିକ ନେତା ପଦ୍ମ ଚରଣ ସାହୁ, ପି. ଧର୍ମା ରେଡ୍ଡୀ ଓ ବ୍ରଜ ମୋହନ ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ବହୁ କର୍ମଚାରୀ ମାନେ ଏହି ଦାବି ପ୍ରଦାନ କରିବା ବେଳେ ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.