ଶ୍ରୀ ମାଁ ଅନ୍ନପୂର୍ଣ୍ଣେଶ୍ଵରୀ ମନ୍ଦିର କମିଟି ପକ୍ଷରୁ ସ୍ବର୍ଣ୍ଣ ଖଡୁ ପ୍ରଦାନ

add-all

ହିଞ୍ଜିଳିକାଟୁ : ଶ୍ରୀ ମାଁଅନ୍ନପୁର୍ଣ୍ଣେଶ୍ଵରୀ ମନ୍ଦିର କମିଟି କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ବର୍ଦ୍ଧନା ସଭାରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମୋହନକଲୋନି ବାସିନ୍ଦା ଜଣାଶୁଣା ବିଦ୍ବାନ ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଗଞ୍ଜାମ ଜିଲ୍ଲା ବସ ମାଲିକ ସଂଘ ବ୍ରହ୍ମପୁର ଓ ଶ୍ରୀ ମାଁ ଅନ୍ନପୁର୍ଣ୍ଣେଶ୍ଵରୀ ମନ୍ଦିର କମିଟି ପକ୍ଷରୁ ସ୍ବର୍ଣ୍ଣ ଖଡୁ ପ୍ରଦାନ କରିଛନ୍ତି । ହିଞ୍ଜିଳିକାଟୁ ର ଜଣାଶୁଣା ବିଦ୍ବାନ ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀ ମନ୍ଦିରରେ ପୂଜା ପାଠ କରିବା ସହ ସମସ୍ତ ଙ୍କ ମଙ୍ଗଳ କାମନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ରଞ୍ଜିତ କୁମାର ପାଢ଼ୀ,ରାଧାକାନ୍ତ ସାହୁ ପୂର୍ଣ ଚନ୍ଦ୍ର ପୃଷ୍ଟି ନିରଞ୍ଜନ ନାୟକ ପଞ୍ଚାନନ ପାତ୍ର ସୁନୀଲ ପାଣିଗ୍ରାହୀ ଶରତ ଚନ୍ଦ୍ର ସାବତ, ଡା ରମେଶ ଚନ୍ଦ୍ର ଚୌଧୁରୀ ,ଅଶୋକ କୁମାର ଗଉଡ ,ବଳରାମ ପାଣିଗ୍ରାହୀ ,ଟୁଟୁ ପଟ୍ଟନାୟକ ସହସ୍ରନାମ ପାଠୀ ମନୋରଞ୍ଜନ ସାହୁ ପବିତ୍ର ମୋହନ ମିଶ୍ର ଗୋବିନ୍ଦ ଘଡେଇ ସରୋଜ କୁମାର ଜେନା ଅଶ୍ଵିନୀ କୁମାର ପଟ୍ଟନାୟକ ଙ୍କ ସହ ଆମ୍ବଗଡ଼ ଗ୍ରାମବାସୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.