
ଫୁଲବାଣୀ : ୨୦୨୪ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତାପାର୍ଟି ଓଡିଶାରେ କ୍ଷମତା ହାସଲ କରିଛି l ଏହି ସାଧାରଣ ନିର୍ବାଚନରେ ବିଜେପିର ଫୁଲବାଣୀ ବିଧାୟକ ଭାବେ ଶ୍ରୀଯୁକ୍ତ ଉମାଚରଣ ମଲିକ ମଧ୍ୟ ବିଜୟ ହୋଇଥିବା ବେଳେ ବର୍ତ୍ତମାନ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ରହିଥିବା ସମସ୍ତ ବ୍ଲକରେ ବିଧାୟକ ପ୍ରତିନିଧି ନିଯୁକ୍ତି ପ୍ରଦାନ କରିଛନ୍ତି l ଖଜୁରୀପଡା ବ୍ଲକର ସମସ୍ତ ସରକାରୀ ବିଭାଗ ପାଇଁ ବିଧାୟକ ଙ୍କ ପ୍ରତିନିଧି ଭାବେ ବରିଷ୍ଠ ବିଜେପି ନେତା ଅନନ୍ତ କୁମାର ଦିଗାଲଙ୍କୁ ବିଧାୟକ ଶ୍ରୀ ମଲିକ ସ୍ୱୀକୃତି ପ୍ରଦାନ କରିଛନ୍ତି l ଦିଗାଲ ଦୀର୍ଘବର୍ଷ ଧରି ଖଜୁରୀପଡା ବ୍ଲକରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବା ସହ ଖଜୁରୀପଦା ବିଜେପି ମଣ୍ଡଳ ସଭାପତି ଓ କନ୍ଧମାଳ ଜିଲ୍ଲା ଅନୁସୂଚିତ ଜାତିମୋର୍ଚ୍ଚା ସଭାପତି ଭାବେ ମଧ୍ୟ ସୁଚାରୁରୂପେ ଦାୟିତ୍ୱ ସମ୍ପାଦନ କରିଛନ୍ତି l ଜଣେ ସମାଜସେବୀ ଏବଂ ସାମ୍ବାଦିକତା କ୍ଷେତ୍ରରେ ଦିଗାଲ ଜିଲ୍ଲାରେ ସୁପରିଚୟ ସୃଷ୍ଟି କରିଥିବା ବେଳେ ଦଳୀୟ ରାଜନୀତିରେ ତୃଣମୁଳ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ତାଙ୍କର ପରିଚୟ ରହିଛି l ତେଣୁ ତାଙ୍କ ଉପରେ ବିଧାୟକଙ୍କ ଆସ୍ଥା ଓ ବିଶ୍ୱାସ ପାଇଁ ଆଜି ବ୍ଲକ ପ୍ରତିନିଧି ଭାବେ ବିଧାୟକ ମଲ୍ଲିକ ନିଯୁକ୍ତି ପ୍ରଦାନ କରିଛନ୍ତି l ଏହି ଖବର ଦଳୀୟ ମହଲରେ ପ୍ରଚାର ହେବା ପରେ ଅନେକ କର୍ମୀ ଏବଂ ଜନସାଧାରଣ ଦିଗାଲ ଙ୍କୁ ଫୁଲତୋଡ଼ା ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ l ସେହିଭଳି ବିଧାୟକ ପ୍ରତିନିଧି ଘୋଷଣା ପରେ ଶ୍ରୀ ଦିଗାଲ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବରିଷ୍ଠ ନେତା ଭଗବାନ ମହାନ୍ତି, ଲିଙ୍ଗରାଜ ଦଳବେହେରା, ଖଜୁରୀପଡା ମଣ୍ଡଳ ସଭାପତି ଦଶରଥ ସାହୁ, ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା ସାଧାରଣ ସମ୍ପାଦକ ରଞ୍ଜନ କୁମାର କହଁର, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l ସେହିଭଳି ସ୍ୱାସ୍ଥ୍ୟ ବିଭାଗ ପାଇଁ ବ୍ଲକ ପ୍ରତିନିଧି ଭାବେ ରାଇକିଶୋର ପ୍ରଧାନଙ୍କୁ ମାନ୍ୟବର ବିଧାୟକ ମଲିକ ନିଯୁକ୍ତି ପ୍ରଦାନ କରିଛନ୍ତି l ସାଧାରଣ ନିର୍ବାଚନ ପରେ ସାଂସଦ ଓ ବିଧାୟକଙ୍କ ସମସ୍ତ ପ୍ରତିନିଧିଙ୍କ ନାମକୁ ସରକାରୀ ଭାବେ ଚିଠି ପ୍ରେରଣ ହେବା ପରେ ଭାରତୀୟ ଜନତାପାର୍ଟି ଏବଂ ଖଜୁରୀପଡା ବ୍ଲକର ସମସ୍ତ ସୁବିଧା ଅସୁବିଧାର ସମାଧାନ କରିବୁ ବୋଲି ପ୍ରତିନିଧି ମାନେ ପ୍ରତିକ୍ରିୟା ଦେଇଛନ୍ତି l