ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି :ଅସାଧୁ ପୋଲିସ ବାବୁ ମାନଙ୍କ ବଦଳୀ ପାଇଁ ଚିଠା…!!

add-all


ବ୍ରହ୍ମପୁର : ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଏକ ସ୍ପର୍ଶକାତର ଅଞ୍ଚଳ ଭାବେ ଜଣାଶୁଣା। ଏହି ଥାନା ଇଲାକାରେ ଜଣେ ଦକ୍ଷ ପୋଲିସ ଅଧିକାରୀ ରହିବା ନିହାତି ଜରୁରୀ।ଆସିକା ର ପୂର୍ବ ରେକର୍ଡ ଅନୁଯାଇ ଏଠାରେ କଥା କଥା କେ ମାଉଜର କଥା କହିବାର ନଜିର ରହିଛି। ଏଥି ଯୋଗୁଁ ଆସିକା ରେ ଜଣେ ଦକ୍ଷ ଉପଖଣ୍ଡ ପୋଲିସ ଅଧିକାରୀ ଓ କୋଟି ନଡ଼ା, ଆସିକା ରେ ଦକ୍ଷ ପୋଲିସ ଅଫିସର ମାନଙ୍କୁ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ପତ୍ରରେ ନିବେଦନ କରିଥିବା ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି।ଗଞ୍ଜାମ ଏ.ସପି ଭାବେ ଏଠାରୁ ଜଗମୋହନ ମିନାଙ୍କ ବଦଳୀ ହେବା ପରେ ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ରେ ଢିଲା ପଣ ଦେଖା ଦେଇଥିବା ଚର୍ଚ୍ଚା ହେଲାଣି। ଗଞ୍ଜାମ ର ନୂତନ ଏସପି ଙ୍କୁ ଅତି ସ୍ପର୍ଶକାତର ଥାନା ଇଲାକାରେ ଦକ୍ଷ ପୋଲିସ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ ନହେଲେ ଆଇନ ଶୃଙ୍ଖଳା ବିଗିଡ଼ିବାର ସମ୍ଭାବନା ଅଧିକା ରହିଛି। ଏହି ଦୃଷ୍ଟିରୁ ଆସିକା ବିଧାୟକଙ୍କ ଏକ ପ୍ୟାଡ଼ ରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଇଲାକାରେ ଦକ୍ଷ ପୋଲିସ ଅଫିସର ମାନଙ୍କୁ ନିଯୁକ୍ତି ଦେବାକୁ ଏକ ଚିଠି ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଥିବା ଜଣାପଡିଛି। ଦେଖା ଯାଉ ଏହି ଚିଠିର ମହତ୍ୱ କୁ ରାଜ୍ୟ ସରକାର ଓ ଜିଲ୍ଲା ଏସପି କିପରି ଗ୍ରହଣ କରୁଛନ୍ତି ତାହା ସମୟ କହିବ ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ଓ ସାଧାରଣ ରେ ଜୋର ଜାର ଚର୍ଚ୍ଚା ହେଉଛି l

ad-week
Leave A Reply

Your email address will not be published.