ହିଞ୍ଜିଳିକାଟ୫!୧୧ବିଜୁ ଜନତା ଦଳ ତରଫରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନୁର୍ଗତ ହିଞ୍ଜିଳିକାଟୁ ପୌରପରିଷଦ ରେ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜନସମ୍ପର୍କପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ହିଞ୍ଜିଳିକାଟୁ ପୈାରପରିଷଦ ଅନ୍ତର୍ଗତ ବଈଁଚବଣିଆ ଛକ ଡାକ ବଙ୍ଗଳା ଠାରେ ବିଜୁ ଜନତା ଦଳ ର ପୈାରପରିଷଦ ଓ ବ୍ଳକ ର ନେତା ଓ କର୍ମୀ ଏକତ୍ରିତ ହୋଇ ହିଞ୍ଜିଳିକାଟୁ ପୌରପରିଷଦ ବିଜୁପଟ୍ଟନାୟକ ଛକ ସ୍ଥିତ ବିଜୁବାବୁଙ୍କ ପ୍ରତ୍ତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ବିଶାଳ ପଦଯାତ୍ରା ରେ ବାହାରି ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ନିକଟ ବିଜୁପଟ୍ଟନାୟକ ପାର୍କ ସ୍ଥିତ ବିଜୁ ପଟ୍ଟନାଯକ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ପୁଷ୍ପ ମାଲ୍ୟାର୍ପଣ କରିବାସହ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ ଓ ପରେ ଆୟୋଜିତ ସଭାରେ ନିଜର ଅଭିଭାଷଣ ରଖିଥିଲେ ନେତୃବୃନ୍ଦ। ସାଧାରଣ ନିର୍ବାଚନ ସମୟରେ କ୍ଷମତା କୁ
ଆସିବା ଉଦେଶ୍ୟ ରେ ବିଜେପି ରାଜ୍ୟ ବାସୀଙ୍କୁ ଦେଇଥିବା ପ୍ରତିଶୃତି ସବୁ ଶୀଘ୍ର ପୁରଣ
କରନ୍ତୁ ନଚେତ ତୀବ୍ର ଆନ୍ଦୋଳନ ହେବବୋଲି ଚେତାବନୀ ଦେଇଛନ୍ତି ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ।ଏହି ସଭାରେ ସରକାର ଙ୍କର ବିଭିନ୍ନ ପ୍ରତିଶ୍ରୁତି ବଦ୍ଧ ଓ ଯୋଜନାକୁ ତୀବ୍ର ବିରୋଧ କରି ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ ସରକାର ଙ୍କୁ ଟାର୍ଗେଟ କରି କହିଥିଲେ ଯେ, ନିର୍ବାଚନ ସମୟରେ ଓଡିଶା ବାସୀ ଙ୍କୁ ଅନେକ ମନଲୋଭା ପ୍ରତିଶ୍ରୁତି ଦେଇ ପ୍ରଥମ ଥର ନିଜ ଦମ ରେ ସରକାର ଗଠନ କରିବାରେ ସକ୍ଷମ ହୋଇଛି ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାର ସମୟରେ ରାଜ୍ୟବାସୀ ଙ୍କୁ ଦେଇଥିବା ପ୍ରତିଶୃତି କୁ ଯଥା ଶୀଘ୍ର ପୁରଣ କରିବା ରାଜ୍ୟ ସରକାର ବୋଧ ହୁଏ ନିଜର ସବୁ ପ୍ରତିଶୃତି ଭୁଲି ଗଲେଣି । ମୂଖ୍ୟତଃ ରାଜ୍ୟର ମହିଳା ମାନଙ୍କୁ ବିଜେପି ର ସମସ୍ତ କେନ୍ଦ୍ରୀୟ ନେତୃ ମଣ୍ଡଳୀ ପ୍ରତିଶୃତି ଦେଇଥିଲେ ଯେ ସୁଭଦ୍ରା ଯୋଜନା ରେ ଦୁଇ ବର୍ଷ ରେ ଦୁଇ ଗୋଟି କିସ୍ତି ରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ହେଲେ ବର୍ତମାନ ଏହି ଯୋଜନା ରେ ବାର୍ଷିକ ଦୁଇ ଗୋଟି କିସ୍ତି ରେ ମାତ୍ର ଦଶ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଉଛି। ଅର୍ଥାତ ଗୋଟିଏ କିସ୍ତି ରେ ମାତ୍ର ପାଞ୍ଚ ହଜାର । ତାହା ବି ଅଦ୍ଧାଧୂକ ମାଁ ଓ ଭଉଣୀ ମାନେ ପାଇ ପାରିବେ ନାହିଁ । ଏହା
ଏହା ସହିତ ସହିତ ବରିଷ୍ଠ ନାଗରିକ ଓ ବିକଳାଙ୍ଗ ମାନଙ୍କ
ଭତ୍ତା ତିନି ହଜାର ଟଙ୍କା କୁ ବୃଦ୍ଧି କରାଯିବବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ଦଳ, ସରକାରଗଠନ
କରିବା ପରେ କହୁଛନ୍ତି ଯେ ୮୦ ବର୍ଷ ଠାରୁ ଅଧୂକ ହୋଇଥିଲେ ତିନି ହଜାର ଦିଆଯିବ
ଠିକ ସେହିପରି ପ୍ରତ୍ୟେକ ବିଦ୍ୟୁତ
ସଂଯୋଗକାରୀ ଗ୍ରାହକ ଙ୍କ ପାଇଁ ଆମରଦଳର ନେତା
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ
ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ୧୦୦ ୟୁନିଟ ବିଜୁଳି ଛାଡ଼କରାଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ମଧ୍ଯହୋଇ ଯାଇଥିଲା । ବିଜୁ ଜନତା ଦଳର ଏହି
ପ୍ରତିଶୃତି ଶୃତି କୁ ବିଜେପି ଅପହରଣ କରି ଭୋଟ
ହାସଲ କରିବା ପାଇଁ ୩୦୦
ବିଜୁଳି ଫ୍ରି ଦିଆଯିବ ବୋଲି ଓଡିଶା
ବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ହେଲେ ଏହାପାଣିର ଗାର ବୋଲି ଖୋଦ ଶକ୍ତି ମନ୍ତ୍ରୀ ଙ୍କର
ବକ୍ରବ୍ୟ ରୁ ପ୍ରମାଣିତ ହୋଇ ସାରିଛି ବୋଲି କହିଛନ୍ତି ହିଞ୍ଜିଳିକାଟୁ ବ୍ଳକ ବିଜେଡି ସଭାପତି ଦୁର୍ଗାମାଧବ ମହାନ୍ତି। ଆମରାଜ୍ୟ ବାସୀ ସରଳ ଓ ନିଷ୍କପଟ । ବିଜେପି ର
ନେତା ଓ ମନ୍ତ୍ରୀ ମନେ ରାଜ୍ୟ ବାସୀ ଙ୍କୁକେବଳ ଓ କେବଳ ମିଥ୍ୟା ପ୍ରତିଶୃତି ଦେଇଠକି ଚାଲିଛନ୍ତି । ବିଜେପି ସରକାର ଖୁବ ଶୀଘ୍ର ସରକାର ଙ୍କର ବିଭିନ୍ନ ପ୍ରତିଶୃତି ରକ୍ଷା ନ କରନ୍ତି ଆଗାମୀ ଦିନରେ ଓଡିଶା ବାସୀ ରାଜରାସ୍ତା ରେ ବିଜେପି କୁ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷା ସରସ୍ବତୀ ସେଠି। ଅଞ୍ଚଳ ର ହଜାର ହଜାର ମାଁ ଭଉଣୀ ଙ୍କର ସମେତ ସାଧାରଣ ଜନତାଙ୍କର ଉପସ୍ଥିତି ବିରୋଧୀ ଦଳ ନେତା ହିଞ୍ଜିଳି ବିଧାୟିକ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କୁ ସୂଚିତ କରୁଛି । ଏହି ପଦଯାତ୍ରାରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ବିଧାୟକ ପ୍ରତିନିଧି ପ୍ୟାରୀମୋହନ ପାଢି, ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷ ସରସ୍ଵତୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ନୀଳମଣି ପଟ୍ଟନାୟକ, ବିଜେଡି ନେତା ତରୁଣ କୁମାର ପଣ୍ଡା, ବିଭୁପ୍ରସାଦ ପଣ୍ଡା, ରୋହିତ ବିଷୋୟୀ, ଯୁଧିଷ୍ଠିର ସ୍ଵାଇଁ,ସନାତନ ନାହାକ, ବସନ୍ତ ବେହେରା,କୁନି ଗୈାଡ, ସଞ୍ଜୟ କୁମାର ସ୍ୱାଇଁ,ସୁନିଲ ପଟ୍ଟନାୟକ,ଜିତୁ ସ୍ଵାଇଁ ,ପ୍ରଦୀପ କୁମାର ପଣ୍ଡା ଙ୍କ ସମେତ ଦଳୀୟ ନେତୃବୃନ୍ଦ ସହ ବିଜେଡି ର ଶତାଧିକ ମହିଳା ପୁରୁଷ କର୍ମୀ ଯୋଗ ଦେଇଥିଲେ।
