ବିଭିର୍ନ ସମସ୍ୟା ଘେରରେ କରଗୁଡା ଶୈବ ପୀଠ

ଲଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଅନେକ ପ୍ରସିଦ୍ଧ ଶୈବ ପୀଠ ମାନ ରହିଛି।ହେଲେ ସେଥି ମଧ୍ୟରୁ କିଛି ଶୈବ ପୀଠରେ ଅନେକ ସମସ୍ୟା ଦେଖା ଦେଇଛି। ବିଶେଷ କରି ପ୍ରଥମେ ରାସ୍ତା ତାପରେ ବିଜୁଳି ଓ ପାନୀୟ ଜଳର ଘୋର ସମସ୍ୟା ଦେଖା ଦେଇଛି।ଯୋଉଠି କି ଏଯାଏଁ ପ୍ରଶାସନ ର ଦୃଷ୍ଟି ଜମାରୁ ପଡିନି। ତନ୍ମଧ୍ୟରେ ଓଡ଼ିଆ ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ କରଗୁଡା ଶୈବ ପୀଠ ରହିଛି।ଉକ୍ତ ଶୈବ ପୀଠ ନାଗେଶ୍ୱର ବାବା ମନ୍ଦିର ନାମରେ ନାମିତ କରା ଯାଇଛି।ମନ୍ଦିର ଟି ପାହାଡ଼ ପାଦ ଦେଶରେ ଥିବା ବେଳେ ମନ୍ଦିର ଚାରିଆଡେ ପ୍ରାକୃତିକ ସୌନ୍ଧର୍ଯ୍ୟରେ ଭର ପୁର ହେଇ ରହିଛି।ହେଲେ ମନ୍ଦିର ପାଖରେ କୌଣସି ସୁବିଧା ନାହିଁ।ପାନୀୟ ଜଳ ଓ ବିଜୁଳି ସମସ୍ୟା ସାଙ୍ଗକୁ ମନ୍ଦିରକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ।ଶ୍ରାବଣ ଓ କାର୍ତିକ ମାସରେ ଭକ୍ତଙ୍କ ସୁଅ ଛୁଟେ।ହେଲେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ବ୍ଲକ ପ୍ରଶାସନ ଉକ୍ତ ଶୈବ ପୀଠ ପ୍ରତି ଦୃଷ୍ଟି ଦେଲେ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.