ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡା ମହୋତ୍ସବ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ୩୬ ତମ ଦୁଇ ଦିନିଆ ବାର୍ଷିକ କ୍ରିଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଳା ଶିକ୍ଷା ଶାରୀରିକ ଅଧିକାରୀ ସଞ୍ଜୟ ପାତ୍ର ଯୋଗ ଦେଇ ଶୁଭ ଉଦ୍ଘାଟନ କରିବା ସହ ବାର୍ଷିକ କ୍ରୀଡା ଉତ୍ସବର ମହତ୍ତ୍ଵ ବିଷୟରେ ସୂଚନା ଦେଇଥିଲେ ଏଥି ସହିତ କନ୍ଧମାଳର ଅଲମ୍ପିକ ଦୌଡ଼ ରାଣୀ ଶ୍ରାବଣୀ ନନ୍ଦଙ୍କ ବିଷୟରେ ପିଲାମାନଙ୍କୁ ସୂଚନା ଦେଇ ଉତ୍ସାହିତ କରିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଶୈକ୍ଷିକ ପ୍ରମୂଖ ଶିବାଜୀ ଅଧିକାରୀ, ରିଜର୍ଭ ଇନ୍ସପେକ୍ଟର ବୀର ସିଂ ଶବର, ବିଦ୍ୟାଳୟ ପରିଚାଲନା କମିଟି ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମଲ୍ଲିକ, ଅବସର ପ୍ରାପ୍ତ ସେନା କର୍ମଚାରୀ ତଥା ସମ୍ପାଦକ ଟି.ଶିବ ଶଙ୍କର ପାତ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ, ପ୍ରମୁଖ ଉପସ୍ଥିତ ରହି ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଖେଳରେ ହାରିବା ଜିତିବା ଯେତିକି ଗୁରୁତ୍ୱ ନାହିଁ କ୍ରୀଡା ଦ୍ଵାରା ଶରିର ସୁସ୍ଥ ରହିଥାଏ ବୋଲି କହିଥିଲେ l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥବା ବେଳେ ସହ ପ୍ରଧାନାଚାର୍ଯ୍ୟା ବୈଜୟନ୍ତି ସାମନ୍ତରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଏହି କ୍ରୀଡ଼ାରେ ମହୋତ୍ସବ ରେ ସମସ୍ତ ଶୁଭେଛୁ, ଅଭିଭାବକ, ଅଭିଭାବିକା, ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ, ସେବୀକା,ବାହନ ଚାଳକ ପ୍ରମୂଖ ସହଯୋଗ କରିଥିଲେ । ଆସନ୍ତା କାଲି ସମାରୋପ ଦିବସ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀ ପାଢି କହିଛନ୍ତି l

ad-week
Leave A Reply

Your email address will not be published.