ଉନ୍ନତ ଫଳଚାଷ ସମ୍ମନ୍ଧୀୟ ପ୍ରଶିକ୍ଷଣ ଶିବିର

youtube

ଛତ୍ରପୁର : କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଛତ୍ରପୁର ଉଦ୍ୟାନ ବିଭାଗ ର ସହଯୋଗରେ ସ୍ଥାନୀୟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ଫଳ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ ସୁଜିତ୍ କୁମାର ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମ ଦିନରେ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ପଣ୍ଡା, ଉଦ୍ୟାନ ଉପ ନିର୍ଦ୍ଦେଶକ କନ୍ଦ ଜେନା, ଜିଲ୍ଲା ଲିଡ ବ୍ୟାଙ୍କ୍ ପ୍ରବନ୍ଧକ ସିମଞ୍ଚଳ ସାହୁ,ଜିଲ୍ଲା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ଡଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ କୃଷକର ଆୟ ବଢ଼ାଇବାକୁ ହେଲେ ବୈଜ୍ଞାନିକ କୌଶଳର ପ୍ରୟାଗ ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ବିଭିନ୍ନ ବିଭାଗରେ ମିଳୁଥିବା ସରକାରୀ ସୁବିଧା ସମ୍ବନ୍ଧରେ ଅଧିକାରୀ ମାନେ ଚାଷୀଙ୍କ ସହ ଆଲୋଚନା କରିଥିଲେ ।ବୈଜ୍ଞାନିକ ଡଃ ସୁଜିତ୍ କୁମାର ନାଥ ଚିତ୍ର ପ୍ରଦଶନ ମାଧ୍ୟମରେ ଆମ୍ବ,କଦଳୀ,ଲେମ୍ବୁ,ଆପଲ ବେର, ଆମ୍ବୃତଭଣ୍ଡା,ପିଜୁଳି, ଇତ୍ୟାଦି ଫସଲରେ ବିଜ୍ଞାନ କୌଶଳର ପ୍ରୟୋଗ ଉପରେ କୃଷକ ମାନଙ୍କ ସହ ଆଲୋଚନା କରିଥିଲେ। ଦ୍ଵିତୀୟ ଦିନରେ ଓଡ଼ିଶା କୃଷି ବିଶ୍ବ ବିଦ୍ୟାଳୟର ବରିଷ୍ଠ ବୈଜ୍ଞାନିକ ତଥା କୃଷି ଶିକ୍ଷା ନିର୍ଦ୍ଦେଶାଳୟ ର ଉପ ନିର୍ଦ୍ଦେଶକ ଡ ବିପିନ ପ୍ରଧାନ ବିଭିନ୍ନ ଫଳ ଚାଷରେ ଉତ୍ପାଦିକତା ପ୍ରଣାଳୀ ଓ ରୋଗ ପୋକ ପରିଚାଳନା ଉପରେ ସବିଶେଷ ଆଲୋଚନା କରିଥିଲେ। କୃଷି ଜିଲ୍ଲା ଅଧିକାରୀ କୁଳମଣି ବାରିକ ଓ ଛତ୍ରପୁର ଉଦ୍ୟାନ ସହକାରୀ ନିର୍ଦେଶକ ପ୍ରତାପ ଚନ୍ଦ୍ର ପଣ୍ଡା ଛତ୍ରପୁର ଅଞ୍ଚଳର ପାଣିପାଗ ଓ ଜଳବାୟୁ ଅନୁସାରେ ବିଭିନ୍ନ ଫଳ ଚାଷ ଏବଂ ତାମଧ୍ୟରେ ଅନ୍ତଃ ଚାଷ ଏବଂ ସରକାରୀ ସୁବିଧା ସମ୍ମନ୍ଧରେ ସମ୍ୟକ୍ ଆଲୋଚନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବିଜ୍ଞାନୀ ଡ ଦେବାଶିଷ ଷଡ଼ଙ୍ଗୀ ଫଳ ଚାଷ ପାଇଁ ମୃତ୍ତିକା ପରିଚାଳନା ଓ ବୈଜ୍ଞାନିକ ଡଃ ସନ୍ଦୀପ ମହାନ୍ତି ରୋଗ ପୋକ ପରିଚାଳନା ସମ୍ମନ୍ଧରେ ସବିଶେଷ ଆଲୋଚନା କରିଥିଲେ। ଅତିଥି ମାନଙ୍କଦ୍ୱାରା ଡ୍ରଗନ୍ ଫଳ ଚାଷୀ ବିପୁଲିଙ୍ଗୀ ଗ୍ରାମର ଅନିମେଶା ଦାସ , ଉନ୍ନତ ଉଦ୍ୟାନ ଚାଷୀ ସୁନ୍ଦରପୁର ଗ୍ରାମର ଶରତ ମହାକୁଡ଼ ଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଛତ୍ରପୁର ବ୍ଲକ ଉଦ୍ୟାନ ଅଧିକାରୀ ସନ୍ଦୀପ ଛୋଟୋଇ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave A Reply

Your email address will not be published.