ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ : ଶିଶୁ ମହୋତ୍ସବ ଉପଲକ୍ଷେ ପ୍ରତିଯୋଗିତା

ହିଞ୍ଜିଳିକାଟୁ ୯/୧୧ : ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ସର୍ବପୁରାତନ ନୃତ୍ୟ ଅନୁଷ୍ଠାନ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ତରଫରୁ ଶିଶୁ ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ଶନିବାର ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ନୃସିଂହ କଳାମନ୍ଦିର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗ୍ରୀତମ କଳା କେନ୍ଦ୍ର ର ସଙ୍ଗୀତଜ୍ଞ ଗୋପିନାଥ ମହାପାତ୍ର, ହୃଷିକେଶ ପାଢି, ପ୍ରଦ୍ବୀପ ପ୍ରଜ୍ବଳନ କରି ଉଦ୍ଘାଟିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଦିଲ୍ଲିପ କୁମାର ବୈଠାରୁ,ଗୈରିଶଙ୍କର ରଥ, ଅନୁଷ୍ଠାନ ରଗୁରୁ ସତ୍ୟନାରାୟଣ ସାହୁ, ସମ୍ପାଦକ ଲିଙ୍ଗରାଜ ସେନାପତି, ଯୁଗ୍ମ ସମ୍ପାଦକ ତରଣି ସାହୁ, ନୃତ୍ୟ ,ଗୁରୁ ଦିଲ୍ଲିପ କୁମାର ସାହୁ, ରଜନୀକାନ୍ତ ସାହୁ, ଯୋଗଦେଇଥିଲେ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ଶହ ପଚାଶ ଜଣ ଛାତ୍ରଛାତ୍ରୀ ଚିତ୍ରାଙ୍କନ , କଣ୍ଠ ସଙ୍ଗୀତ,ଯନ୍ତ୍ର ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଏହି ପ୍ରତିଯୋଗିତାରେ ବିଚାରକ ଭାବ ଅତିଥି ବୃନ୍ଦ ଅଭିଜ୍ଞ ଏବଂ ନିରପେକ୍ଷ ବିଚାରପତି ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୁରୁ ନିରଞ୍ଜନ ସାହୁ,,ମାନସ ରଞ୍ଜନ ଵେହେରା, ରମାକାନ୍ତ ସାହୁ, କ୍ରିଷ୍ଣା ମହାରଣା,ବିଶ୍ଵପତି ସତପଥି ପ୍ରମୁଖ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.