ବିଦ୍ୟୁତ ଆଘାତରେ କାଠ ମିସ୍ତ୍ରୀ ମୃତ

add-all

ହିଞ୍ଜିଳିକାଟୁ ୧୧/୧୧ : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ଦିଗାପଡା ଶାସନ ଗ୍ରାମରେ ଜଣଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ସ୍ୱର୍ଗତ ତ୍ରିନାଥ ମହାରଣାଙ୍କ ସାନ ପୂଅ ସନ୍ତୋଷ ମହାରଣା ୩୪ ‌।ମୃତକ ଜଣକ କାଠ ମିସ୍ତ୍ରୀ ବୋଲି ଜଣାପଡିଛି । ସୋମବାର ସକାଳେ କାଠ କାମ କରୁଥିବା ବେଳେ ପଙ୍ଖା ସୁଇଚ ଲଗାଇବା ବେଳେ ସନ୍ତୋଷ ଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ସନ୍ତୋଷ ଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏନେଇ ସନ୍ତୋଷ ଙ୍କ ଭାଉଜ କୁନି ମହାରଣା ବେଲଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତିି। ହିଞ୍ଜିଳିକାଟୁ ଚିକିତ୍ସାଳୟରେ ବେଲଗାଁ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ଓ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି।

ad-week
Leave A Reply

Your email address will not be published.