ମାନ୍ୟବର ଉଚ୍ଚ ନ୍ୟାୟଳୟ ଓଡିଶା କଟକଙ୍କ ଆଦେଶକ୍ରମେ ତଥା ଜିଲ୍ଲା ଅଦାଲତଙ୍କ ଆନୁକୁଲ୍ୟରେ ଏଵଂ ଜିଲ୍ଲା ଓ ଦୌରା ଜଜ୍ ଡ. ପ୍ରଶନ୍ନ କୁମାର ପଣ୍ଡା କଂ ପୌରହିତ୍ୟରେ ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲା ସ୍ତରିୟ ଚିତ୍ରାକଂନ ପ୍ରତିଯୋଗିତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଅଧିକାଂଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉକ୍ତ କାଯ୍ୟକ୍ରମରେ ଯୋଗଦେଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀକଂ ମଧ୍ୟରେ ପୁରସ୍କାର ବିତରଣ ସମାରୋହ ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନକଂ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶାନ୍ତନୁ କୁମାର ଦାସ, ମୁଖ୍ୟ ବିଚାର ବିଭାଗ ଅଧିକାରୀ ସତ୍ୟପ୍ରୀୟ ଦାସ, ଆଇନ ସେବା ପ୍ରାଧିକରଣର ସଚିବ ସୁଶ୍ରୀ ସଂଗିତା ପାତ୍ର, ମହିଳା ଅଦାଲତର ବିଚାରପତି ବବୀତା ଦାସ,ବରିଷ୍ଠ ଦେୱାନୀ ବିଚାରପତି ବିଜୟ ଦାସ , ରେଜିଷ୍ଟ୍ରାର ରୁଦ୍ର ପ୍ରକାଶ ନାୟକ, ଉପଖଣ୍ଡ ଦଣ୍ଡାଧିକାରି ପ୍ରତିମା ସାହୁ, ଗ୍ରାମ ନ୍ୟାୟାଳୟ ଦଣ୍ଡ।ଧିକାରୀ ଦେବେନ୍ଦ୍ର ବାଘ୍ ଉପସ୍ଥିତ ଥିଲେ।
