ନିୟନ୍ତ୍ରଣ ବାହାରେ ଦରଦାମ,ଖାଉଟି ବେହାଲ : ମଉଜ ମଜଲିସ ରେ ସରକାର ,ଓ ପ୍ରଶାସନ…!

add-all


ଵ୍ରହ୍ମପୁର: ନୂତନ ସରକାର ଗଠନ ହେବା ପରେ ପରେ ବିଭିନ୍ନ ସାମଗ୍ରୀ ର ଦର ହୁଁ ହୁଁ ହୋଇ ବଢ଼ି ଚାଲିଛି। ଲୋକେ ବିଜେପି କୁ ପ୍ରଥମ ଥର ବିଜୟ ର ସ୍ୱାଦ ଚଖାଇ ଥିଲେ “ଆଚ୍ଛେ ଦିନ” ଆସିବ ବୋଲି ଡ଼ବଲ ଇଞ୍ଜିନ ଧକ୍କାରେ ସବୁ ବର୍ଗର ଲୋକେ ମୁହଁରୁ ଏବେ ଦର ବୃଦ୍ଧି ଯୋଗୁଁ ହସ ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ଏ ସରକାର ଙ୍କ କଥା ବେଶି କାମ କମ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଲାଣି। ପାର୍ବଣ ଋତୁରେ ଲୋକେ କଷ୍ଟେ ମଷ୍ଟେ ଦରଦାମ ବୃଦ୍ଧିର ଶିକାର ହୋଇବି ଚୁପଚାପ ସହିନେଲେ। ଏବେ ଆଳୁ, ପିଆଜ, ପରିବା, ଅଦା, ରସୁଣ, ତେଲ, ଅଟା ଦର ଦାମ ରେ ନିୟନ୍ତ୍ରଣ ନାହିଁ। ଲୋକେ ନାକେଦାମ ହେଉଥିବା ବେଳେ ବାବୁ ମାନେ ମଉଜ ମଜଲିସ ରେ ରହିବା ଏପଟେ ସରକାର ଚୁପଚାପ ବସିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇଛି। ଭାଷଣ ବାଜି ନାମ ବଦେଲେଇ ବାଃ ହା ବାଃ ନେବା ବଦଳରେ ଗ୍ରାଉଣ୍ଡ ଜିରୋ କୁ ଆସି ଦର ନିୟନ୍ତ୍ରଣ ନକରିଲେ ସରକାର ଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ଆଗାମୀ ଦିନରେ ବୋଲି ଆଲୋଚନା ହେଲାଣି।

ad-week
Leave A Reply

Your email address will not be published.