ଅନ୍ତଃମନର ଶାନ୍ତି ହିଁ ବିପରୀତ ପରିସ୍ଥିତିରୁ ମୁକ୍ତି ଦେଇପାରିବ
ସୁନ୍ଦରଗଡ : ଆଜି ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଆନ୍ତର୍ଜାତୀୟଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ବକ୍ତା ରାଜଯୋଗିନୀ ବ୍ରହ୍ମା କୁମାରୀ ଶିବାନୀଙ୍କ ଦ୍ଵାରା ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଜି ସକାଳ ଆଠ ଘଟିକା ସମୟରେ ସୁନ୍ଦରଗଡ଼ରେ ପହଞ୍ଚିଥିଲେ ଭଉଣୀ ଶିବାନୀ। ଏହା ପରେ ସୁନ୍ଦରଗଡ ଲୁହୁରାଢ଼ିପା ନିକଟସ୍ଥ ନବନିର୍ମିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏହାପରେ ବ୍ରହ୍ମାକୁମାରୀ ସଂସ୍ଥାର ଅନୁଗାମୀମାନଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ ଭଉଣୀ ଶିବାନୀ। ସନ୍ଧ୍ୟା ୬ ଘଟିକା ସମୟରେ ସରକାରୀ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଏକ ଭବ୍ୟ କାର୍ଯ୍ୟକ୍ରରର ପ୍ରାରମ୍ଭରେ କଳାକାରମାନଙ୍କ ଦ୍ଵାରା ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆନ୍ତର୍ଜାତୀୟଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ଗାୟକ ଙ୍କ ମଧୁର ମନୋହର ଗାୟନରେ ସମସ୍ତଙ୍କୁ ମନ୍ତମୁଗ୍ଧ କରିଦେଇଥିଲେ। ଏହାପରେ ସୁନ୍ଦରଗଡର ବିଶିଷ୍ଟ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା।
