ବଢ଼ିବା ରେ ଲାଗିଛି ଟ୍ରାଫିକ ସମସ୍ୟା…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ସର୍ବ ବୃହତ ଗମନା ଗମନର କେନ୍ଦ୍ର ସ୍ଥଳି ଆସିକା। ଆସିକା ସହର ରେ ଚଳ ପ୍ରଚଳ ପାଇଁ ଖମ୍ବେଶ୍ୱରୀ ପାଟଣା ଓ ଅଶୋକ ସିନେମା ହାଲର କେଵେଳ ଏହି ଦୁଇଟି ରାସ୍ତା ରହିଛି। ବସଷ୍ଟାଣ୍ଡ ଯିବା ପାଇଁ କେବଳ ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ରାସ୍ତା ହିଁ ସହର ବାସୀଙ୍କ ପାଇଁ ଏକ ମାତ୍ର ବିକଳ୍ପ ରାସ୍ତା ଅଟେ। ଏହି ରାସ୍ତା ଦେଇ ସ୍କୁଲ, କଲେଜ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ସହ ସହ ଦୁଇ ଚକିଆ ଯାନ ସାଙ୍ଗକୁ ଚାରି ଚକିଆ ଯାନବାହାନ ଯାତାୟାତ ହୁଏ। ଦିନକୁ ପ୍ରାୟ ଏହି ରାସ୍ତାରେ ପ୍ରତି ଦଶ ମିନେଟ ରେ ଟ୍ରାଫିକ ସମସ୍ୟା ଲାଗିରହେ। ଟ୍ରାଫିକ ସମସ୍ୟା ଓ ଜବର ଦଖଲ ସକାଶେ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଆଲୋଚନା ହୁଏ। ଜବର ଦଖଲ ଉଚ୍ଛେଦ ସମ୍ପର୍କ ରେ ବିଧାନସଭା ରେ ବି ବହୁ ଥର ଦାବୀ ଉପସ୍ଥାପନ ହେବାର ନଜିର ରହିଛି। ହେଲେ ଟ୍ରାଫିକ ସମସ୍ୟା ଓ ଜବର ଦଖଲ ଉଚ୍ଛେଦ ପାଇଁ ହେଉଥିବା ବ୍ଲୁପ୍ରିଣ୍ଟ ନାଲି ଫିତା ତଳେ ରହି ଯାଉଛି। ଗତ ଅକ୍ଟୋବର ଦଶ ତାରିଖ ଦିନ ଜବର ଦଖଲ ଉଛେଦ ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ପତ୍ର ବିନିମୟ ହେବା ସହ ରାଜସ୍ୱ ବିଭାଗ ପକ୍ଷରୁ ଜବର ଦଖଲ ଉଚ୍ଛେଦ ହୋଇଥିବା ସ୍ଥାନ ଗୁଡ଼ିକ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ଓ ଶେଷ ହୋଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ବିଭିନ୍ନ ଆଳ ଦେଖାଇ ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ଘଟୁଥିବା ନେଇ ଆଲୋଚନା ହେଲାଣି। ଏହା ସହ ରାଜସ୍ୱ ବିଭାଗ ର ଆଶୀର୍ବାଦ ରେ ସହର ର ବିଭିନ୍ନ ସାହି ବସ୍ତି ଦେଇ ବାଲି ବୋଝେଇ ଟ୍ରକ, ଟିପର ଯିବା ଆସିବା ସହ ଦିନରେ ଟ୍ରାକ୍ଟର ଯୋଗେ ବାଲି, ପଥର ଓ ଇଟା ମଧ୍ୟ ଅବାଧ ରେ ଯାତାୟାତ ହେବା ଚର୍ଚ୍ଚା ହେଉଛି।
