ଧାନଗଦାରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଧାନଗଦା ପୋଡ଼ି ପାଉଁଶ

add-all

ଉମରକୋଟ / ବେହେଡ଼ା : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ଼ା ଗ୍ରାମ ପଞ୍ଚାୟତର ନୂଆଗୁଡ଼ା ଗ୍ରାମରେ ଥିବା ସୁବୁଲାଲ ଗଣ୍ଡ ଓ ଗାଣ୍ଡା ଗଣ୍ଡଙ୍କ ଧାନ ଗଦାରେ ନିଆଁ ଲାଗି ଧାନ ଗଦା ସମ୍ପୂର୍ଣ୍ଣ ପଡ଼ି ପାଉଁଶ ହୋଇ ଯାଇଛି।

ଧାର କରଜ କରି କଷ୍ଟରେ ଧାନ ଚାଷ କରି ଅମଳ କରିବା ଅପେକ୍ଷାରେ ଗଦା କରି ରଖିବା ହେଲା କାଳ, ଜାଣି ଜାଣି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ବୋଲି ସୁବୁଲାଲ ଓ ଗାଣ୍ଡା ଗଣ୍ଡଙ୍କ କହିବା କଥା।

“କଥାରେ ଅଛି, ପେଟକୁ ନ ମାରି ପିଠିରେ ମାରିଲା “। ଯେତେ ବଡ଼ ଶତ୍ରୁ ହେଲେ ମଧ୍ୟ ଏମିତି କାହିଁକି କଲେ କହି ଦୁଃଖ ଚିନ୍ତା ଶୋଖରେ ଭାଙ୍ଗି ପଡ଼ିଛି ଦୁଇ ପରିବାରର ସଦସ୍ୟବୃନ୍ଦ। ଧାନ ଗଦାରେ ନିଆଁ ଲାଗିଥିବା ଦେଖି କାଳ ବିଳମ୍ବ ନ କରି ପରିବାରର ସଦସ୍ୟମାନେ ଉମରକୋଟ ଅଗ୍ନିଶମ ବାହିନୀକୁ ଫୋନ ଯୋଗେ ସୂଚିତ କରିଥିଲେ,କିନ୍ତୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତଃ କରିବା ପୂର୍ବରୁ ହିଁ ଧାନ ଗଦା ପୋଡ଼ି ପାଉଁଶ ହୋଇ ଯାଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।

ad-week
Leave A Reply

Your email address will not be published.