କାର୍ତିକ ପୂର୍ଣ୍ଣିମା ରେ ଭସା ଡ଼ଙ୍ଗାରୁ ପଇସା ସଂଗ୍ରହ କରିବାକୁ ଯାଇ ପୋଖରୀ ରେ ବୁଡ଼ିଗଲେ ନା ବାଳିକା…

add-all

ମାଲକାନଗିରି : କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ଆଜି ଆନନ୍ଦ ଉଲ୍ଲାସରେ ପୂଣ୍ୟର ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରିବାକୁ ସବୁ ଜଳାଶୟରେ ଭିଡ଼ ଲାଗିରହିଥିବା ବେଳେ ଏକ ଦୁଃଖଦ ଖବର ଅଞ୍ଚଳ ବାସୀଙ୍କୁ ମର୍ମାହତ କରିଦେଇଛି । ଆଜି ସକାଳେ ମାଲକାନଗି ଗିରି ଜିଲ୍ଲା ସଦର ଚମ୍ପାନଗର ଘଟି ଯାଇଛି ଏକ ଦୁଃଖଦ ଘଟଣା କୁମାରୀ ହନ୍ତାଳ ଙ୍କ ଝିଅ ସାବିତ୍ରୀ ହନ୍ତାଳ ଭସା ଯାଇଥିବା ଡଙ୍ଗାରୁ ଟଙ୍କା ସଂଗ୍ରହ କରିବାକୁ ଯାଇ ପୋଖରୀ ରେ ବୁଡ଼ିଗଲେ ନାବାଳିକା । ମୃତ ନାବାଳିକା ସାବିତ୍ରୀଙ୍କ ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଜଣାଯାଇଛି ପୂର୍ବରୁ ତାଙ୍କ ପିତା ତିରୁପତି ହନ୍ତାଳ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ଅନୁସାରେ ସକାଳ ପ୍ରାୟ ୬ଟା ବେଳେ ବାଳିକା ଜଣକ ନିଜର କିଛି ସାଙ୍ଗଙ୍କ ସହ ନିକଟସୁ ପୋଖରୀକୁ ଯାଇଥିଲେ। ସେଠାରୁ ସମସ୍ତେ ଡଙ୍ଗା ଭସାଇ ଚାଲି ଯାଇଥିବା ବେଳେ କେହି ବୟସ୍କ ବ୍ୟକ୍ତି ଉପସ୍ଥିତ ନଥିଲେ। ମାତ୍ର ଡଙ୍ଗାରେ ଥ‌ିବା କଏନ ସଂଗ୍ରହ କରିବାକୁ ଛୋଟ ଛୋଟ ପିଲାଙ୍କ ମନରେ ଲୋଭ ସୃଷ୍ଟି ହେଲା। ଫଳରେ ଅନ୍ୟମାନଙ୍କ ସହ ନାବାଳିକା ଜଣକ କଏନ ସଂଗ୍ରହ କରିବାକୁ ପାଣିରେ ପଶିଗଲେ। ମାତ୍ର ଗୋଡ଼ ଖସିଯିବାରୁ ସେ ଆଉ ବାହାରକୁ ବାହାରି ପାରିଲେନି। ଏହାଦେଖୀ ଅନ୍ୟ ପିଲାମାନେ ଭୟଭୀତ ହୋଇ ନିଜ ନିଜ ଘରକୁ ପଳାଇଥିଲେ। ନାବାଳିକାର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ନିକଟରେ ଥିବା ପୋଖରୀ ରେ ପଡିଯାଇଥିବା ଖବର ପାଇ ଅଗ୍ନିଶମ କର୍ମଚାରୀଙ୍କୁ ଡକାଇ ନିକଟସ୍ଥ ପୋଖରୀରୁ ନାବାଳିକାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହି ଖବର ଶୁଣିବା ପରେ ପରିବେଶ ଶୋକକୁଳ ହେବା ସହ ସମଗ୍ର ଚମ୍ପାନଗର ରେ ଶୋକର ଛାୟା ଖେଳିଯାଇ ଥିଲା ।

ad-week
Leave A Reply

Your email address will not be published.