ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ଓ ତ୍ରିଲୋଚନ ୧୦ରୁ ଉର୍ଦ୍ଧ୍ୱ ଚୋରୀ ଘଟଣାରେ ସଂପୃକ୍ତ
ହିଞ୍ଜିଳିକାଟୁ, ୧୪ା୧୧(): ମୋଟର ସାଇକେଲ ଚୋରୀ କରି ପଞ୍ଜିକରଣ ନମ୍ବର ବଦଳାଇ ଦିନକୁ ଦିନ ଅଲଗା ଅଲଗା ଗାଡିରେ ଚଢିବା ସଉକ ପଦାରେ ପଡିଛି । ଶେଷରେ ପୁଲିସ ହାତରେ ବନ୍ଧା ହୋଇ ଜେଲ ଯିବାକୁ ପଡିଛି । ଏଭଳି ଏକ ଘଟଣା ହିଞ୍ଜିଳିକାଟୁ ଅଞ୍ଚଳରେ ଦେଖିବାକୁ ମିଳିଛି । ଚୋରୀ ମୋଟର ସାଇକେଲର ସନ୍ଧାନ କରିବା ବେଳେ ପୁଲିସ ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ହିଞ୍ଜିଳି ଗ୍ରାମ କେନାଳ ସାହିର ଲକ୍ଷ୍ମଣ ଦାସ(), ପାହାଡ ସାହିର ସୁକାନ୍ତ ଦାସ(୩୫), ଫାୟାର ଷ୍ଟେସନ ରୋଡର ସୁମନ ସେଠି (୨୨) ଓ ତ୍ରିଲୋଚନ ଦାସ(୨୪) । ଗିରଫ ମାନଙ୍କ ଠାରୁ ନମ୍ବର ବିହୀନ ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ସ୍କୁଟି ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୨୭/୨୪ରେ ଏକ ମାମଲା ରୁଜୁ କରି ଗୁରୁବାର ଗିରଫ ଯୁବକ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଥାଉକି ଘଟଣାର ମାଷ୍ଟର ମାଇଣ୍ଡ ଲକ୍ଷ୍ମଣ ଓ ତ୍ରିଲୋଚନ ହିଞ୍ଜିଳି ଥାନାର ବହୁ ଚୋରୀ କେସରେ ସଂପୃକ୍ତ ଥିବା ବେଳେ ୧୦ରୁ ଉର୍ଦ୍ଧ୍ୱ ମୋଟର ସାଇକେଲ ଚୋରୀ କରି ବହୁ ସମୟରେ ଗାଡି ଗୁଡିକୁ ଭାଙ୍ଗି ବିଭିନ୍ନ କବାଡିଆ ଦୋକାନରେ ବିକ୍ରି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ନେଇ ପୁଲିସ କହିଛି ।
ପ୍ରକାଶ ଯେ, ଗତ ୬ ତାରିଖ ରାତିରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଫାୟାର ଷ୍ଟେସନ ରୋଡର ଓ. ନକୁଲ ଘର ସମ୍ମୁଖରେ ନିଜ ସ୍କୁଟି ରଖି ଘରେ ରଖିଥିଲେ । ୭ ତାରିଖ ସକାଳେ ନକୁଳ ଘର ସମ୍ମୁଖରେ ସ୍କୁଟି ନଥିବା ଦେଖି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଘଟଣା ନେଇ ନକୁଳ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୯୨୭/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ତଦନ୍ତକାରୀ ଅଧିକାରୀ ତଥା ଥାନାଏସ.ଆଇ. ସିଦ୍ଧାର୍ଥ ଶଙ୍କର ଜେନା ଚୋରୀ ହୋଇଥିବା ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ବିଳମ୍ବିତ ରାତିରେ ହିଞ୍ଜିଳି ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଲକ୍ଷ୍ମଣଙ୍କୁ ଅଟକାଇ ଗାଡିର କାଗଜପତ୍ର ମାଗିଥିଲେ । ଳକ୍ଷ୍ମରଙ୍କ ନିକଟରେ ଗାଡିର କୌଣସି କାଗଜପତ୍ର ନଥିବାରୁ ସନ୍ଦେହ କରି ଥାନାକୁ ଆଣିଥିଲେ । ଜେରା ସମୟରେ ଲକ୍ଷ୍ମଣଙ୍କ ସମେତ ତ୍ରିଲୋଚନ, ସୁମନ ଓ ସୁକାନ୍ତ ମିଶି ଗୋଟିଏ ବାଇକ ଓ ସ୍କୁଟି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ । ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସଂପୃକ୍ତ ୪ ଯୁବକଙ୍କୁ ଗୁରୁବାର ଗିରଫ କରିଥିଲା । ଘଟଣାର ମଶଷ୍ଟର ମାଇଣ୍ଡ ଲକ୍ଷ୍ମଣ ଓ ତ୍ରିଲୋଚନ ହିଞ୍ଜିଳି ଥାନାର ବହୁ ଚୋରୀ କେସରେ ସଂପୃକ୍ତ ଥିବା ବେଳେ ୧୦ରୁ ଉର୍ଦ୍ଧ୍ୱ ମୋଟର ସାଇକେଲ ଚୋରୀ କରି ବହୁ ସମୟରେ ଭଳିକି ଭଳି ଗାଡିରେ ଚଢି ବୁଲିବା ସଉକ ଥିଲା ଏବଂ ସେହି ଗାଡି ଗୁଡିକୁ ଭାଙ୍ଗି ବିଭିନ୍ନ କବାଡିଆ ଦୋକାନରେ ବିକ୍ରି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ । ଚଢ଼ାଉରେ ଥାନା ଏସଆଇ ସୁରେଶ ସାହୁ, କନେଷ୍ଟବଳ ଵସନ୍ତ ଉପାଧ୍ୟାୟ, ଦଣ୍ଡପାଣି ମଲ୍ଲିକ, କୈଳାସ ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
