
ଫୁଲବାଣୀ : ଧରିତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ଫୁଲବାଣୀ ଏ ଯେ ଓ ହାଇସ୍କୁଲ ପଡିଆ ଠାରେ ଜନଜାତୀୟ ଗୌରବ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ୬୬୦୦ କୋଟି ଟଙ୍କା ଯୋଜନାର ଶୁଭାରମ୍ଭ, ଶିଳାନ୍ଯାସ ଓ ଲୋକାର୍ପଣ କରିଥିବା ଭିଡିଓ କନଫରେନ୍ସ ମାଧ୍ୟମରେ ସିଧାପ୍ରସାରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯାହା ଜନଜାତିଙ୍କ ପାଇଁ ଉଦ୍ଧିଷ୍ଟ ତାରି ଉପରେ ଅଧିକ ଆଲୋକପାତ କରିଥିଲେ ,ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗଦେଇ ଜିଲ୍ଲାରେ ଜନଜାତି ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରାଯାଇଛି ଏବଂ ଆହୁରି ଅନେକ ଯୋଜନା କରିବା ପାଇଁ ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ଖୁବ ଶୀଘ୍ର ତାହା କାର୍ଯ୍ୟକାରୀ କରାହେବ ବୋଲି କହିଥିଲେ l ମୁଖ୍ୟ ଅତିଥିଙ୍କ ଦ୍ଵାରା ଜଙ୍ଗଲ ଜମି ପଟ୍ଟା ଓ କ୍ଷୁଦ୍ର ଉଦ୍ୟୋଗ ନିମନ୍ତେ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି l ଅନ୍ୟ ମାନଙ୍କ୍ ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ରୁତୁରାଜ,ଟିଡି ସିସିର ଭାଇସ ଚେୟାରମ୍ୟାନ ପବିତ୍ର କୁମାର କହଁର, ଆଇ ଟି ଡି ଏ ଫୁଲବାଣୀ ଦେବଯାନୀ ଭୁଇଁଆ ପ୍ରମୁଖ ମଞ୍ଚାସୀନ ଥିଲେ l ମଞ୍ଚ ସମ୍ମୁଖରେ ବିଜେପି ଜିଲ୍ଳା ସଭାପତି ଜଗନ୍ନାଥ ସାହୁ, ଆଇନଜୀବୀ ଲମ୍ବୋଦର କହଁର, ଭଗବାନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ମୁନିସିପାଲିଟି ସଂସାଦ ପ୍ରତିନିଧି ଜଗନ୍ନାଥ ସାହୁ, ପ୍ରଣବ ନାୟକଙ୍କ ସମେତ ବହୁ ସଂଖ୍ଯାରେ ଲୋକ ମାନେ ଉପସ୍ଥିତ ଥିଲେ l ଶେଷରେ ଆଇଟି ଡି ଏ ବାଲିଗୁଡ଼ା ଧନ୍ୟବାଦ ଅର୍ପଣ କରିଥିଲେ l ପରେ ଆଦିବାସୀ ପରମ୍ପରା ଉପରେ ଆଧାରିତ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
