ସହର ସାରା ଗୋଳିଆ ପାନୀୟ ଜଳ ଯୋଗାଣ ଲୋକେ ହନ୍ତସନ୍ତ……
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ର ଉଭୟ ପାର୍ଶ୍ଵରେ ଋଷି କୂଲ୍ୟା ଓ ବଡ଼ନଦୀ ପ୍ରବାହିତ ହେଉଛି। କୁନ୍ତୁ ଦୁର୍ଭାଗ୍ୟ ର ବିଷୟ ଗତ ଛ ମାସରୁ ଉର୍ଦ୍ଧ ହେଲା ଆସିକା ରେ ପାନୀୟ ଜଳ ସମସ୍ୟା ଦୂର କରିବାରେ ଜନସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଜି ଆସିକା ସହର ର ଅଧିକାଂଶ ୱାର୍ଡରେ ସକାଳୁ ଗୋଳିଆ ଓ କଳା ଦୁର୍ଗନ୍ଧ ଯୁକ୍ତ ପାନୀୟ ଜଳ ଯୋଗାଣ କରାଯାଇଛି। ଏନେଇ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଙ୍କୁ ପଚାରିବାରୁ ବାବୁ କହିଛନ୍ତି ଆମର କିଛି ୱାର୍ଡରେ ଥିବା ପାଇପ ରେ ମଇଳା ଜାମ ହୋଇ ଯାଇଛି, କାଲିକି ଠିକ ହେବ। ଆଜି ଆସିକା ସହର ବାସୀ ଗୋଳିଆ ଓ କଳା ପାନୀୟ ଜଳକୁ କିପରି ବ୍ୟବହାର କରିବେ ତାହାକୁ ନେଇ ପ୍ରଶ୍ନ କରିଛନ୍ତି। ପ୍ରକାଶ ଥାଉକି ଗତ କିଛି ମାସ ହେଲା ବହୁ ୱାର୍ଡରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ଜଳ ଖାରୀୟ ଯୁକ୍ତ ରହିଥିବା ଜଣାପଡିଛି। ଏହା ସାଙ୍ଗକୁ ସ୍ୱଳ୍ପ ଧାରାରେ ପାନୀୟ ଜଳ ଆସୁଥିବା ନେଇ ବାରମ୍ବାର ଅଭିଯୋଗ କରିଲେ ବାବୁ ମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ଆସିକା ବିଧାୟକ ତାଗିତ କରିବା ପରେ ବି ଆସିକା ରେ ଲାଗିରହି ଥିବା ପାନୀୟ ଜଳ ସମସ୍ୟା ଦୂର ହୋଇ ନାହିଁ। ପୁଣି ଆଜି ସହର ବାସୀଙ୍କୁ ଗୋଳିଆ ପାଣି ଯୋଗାଣ “କଟା ଘା ରେ ଚୂନ” ସଦୃଶ୍ୟ ହୋଇଛି।ନୂତନ ସରକାର ର ବୋଲ ଏବେ ବାବୁ ମାନେ ମାନୁନଥିବା ଯୋଗୁଁ ସ୍ଥାନୀୟ ଜନ ପ୍ରତିନିଧି ଲୋକଙ୍କ ରୋଷର ଶିକାର ହେଉଛନ୍ତି।
