ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିବାବେଳେ । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ନମିତାରାଣୀ ରାଉତ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟବକ୍ତା ସମ୍ଭାଗ ସଦସ୍ୟା ଶ୍ରୀମତୀ ଗୀତାରାଣୀ ମିଶ୍ର ଯୋଗଦେଇ ମାର୍ଗଦର୍ଶନ କରିଥିଲେ।,ସମ୍ଭାଗ ଶିଶୁବାଟିକା ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଅରୁଣ କୁମାର ବାଗ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ସ୍ଥାନୀୟ ଅନୁଷ୍ଠାନର ସହସଂପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସଂକୁଳ ପ୍ରମୁଖ ଡ ଜେ କୁର୍ମା ରାଓ, ଶିକ୍ଷାବିତ ଅଜିତ କୁମାରସେଠୀ,ଗଞ୍ଜାମ ପ୍ରଧାନାଚାର୍ଯ୍ୟ ଆଦିତ୍ଯ ପ୍ରସାଦ ମହାପାତ୍ର,ଭଞ୍ଜବିହାର ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ଦଣ୍ଡପାଣି ସାହୁ, ଗୋପାଳପୁର ପ୍ରଧାନାଚାର୍ଯ୍ଯା ଅନୀତା ପାତ୍ର,କିୟୁର୍ସ ର ମୁଖ୍ଯ ଶ୍ରୀ ଅରୁଣ କୁମାର ଶତପଥି,ସ୍ଥାନୀୟ ନଗରର ବିଭିନ୍ନ ବିଦ୍ୟାଳୟର କାରମେଲ,ୟୁରୋ କିଡ୍ସ,ସତ୍ଯ ସାଇ ବିଦ୍ୟା ଭବନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଙ୍ଗନବାଡି କର୍ମୀ ଏବଂ ସ୍ଥାନୀୟ ଅଂଚଳର ଅନେକ ବୁଦ୍ଧିଜୀବି ଯୋଗ ଦେଇ ନୂତନ ଶିକ୍ଷାନୀତି ୨୦୨୦ ର ECCE ଉପରେ ହୋଇଥିବା ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ । ଶିଶୁ ବାଟିକାର ପ୍ରମୁଖ ବି ସୁଶୀଳା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
