ଶ୍ରୀକୃଷ୍ଣ ରାସ ଉତ୍ସବ,ପୁରୀ,୨୦୨୪ ରେ ଗୁରୁ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସମ୍ବର୍ଦ୍ଧିତ

add-all

ଫୁଲବାଣୀ : ପବିତ୍ର କାର୍ତ୍ତିକ ପୂର୍ଣିମା ଅବସରରେ ପୁରୀ ସଂସ୍କୃତି ଭବନ ଠାରେ ତ୍ରିଭଙ୍ଗ କଳା ନିକେତନ, ଭୁବନେଶ୍ଵର ପ୍ରସିଦ୍ଧ ଓଡ଼ିଶୀ ଗୁରୁ, ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ବିକ୍ରମ ସାମଲଙ୍କ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଶ୍ରୀ କୃଷ୍ଣ ରାସ ଉତ୍ସବ,ପୁରୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ ସେଲିବ୍ରେଟି ନୃତ୍ୟ କୋରିଓଗ୍ରାଫର୍, ପ୍ରାର୍ଥନା ଚାନେଲର ସୁରେନ୍ଦ୍ର ମିଶ୍ର, ପ୍ରସିଦ୍ଧ ଓଡ଼ିଶୀ ଗୁରୁ କୁମାର ଭୀମସେନ୍, ପ୍ରସିଦ୍ଧ ନାଟ୍ୟକାର ଓ ଅଭିନେତା ଶ୍ରୀ ବିଜୟ କୁମାର, ପ୍ରସିଦ୍ଧ ମର୍ଦ୍ଦଳ ଓ ତବଲା ବାଦକ ଶ୍ରୀ ଅନୀଲ ଶର୍ମା, ପ୍ରସିଦ୍ଧ ବଂଶୀ ବାଦକ ଶ୍ରୀ ସଞ୍ଜୟ ସାର୍, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ନୀଳାଦ୍ରି ମହାନ୍ତି, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ସଞ୍ଜୟ କୁମାର ଦାସ ଆଦି ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭକ୍ତିସଙ୍ଗୀତ ଶାସ୍ତ୍ରୀୟ ଗାୟକ କଳାସମର୍ପଣ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଙ୍କୁ ତାଙ୍କର ଉଚ୍ଚକୋଟୀର ଭକ୍ତିସଙ୍ଗୀତ ପରିବେଷଣ ଓ ପ୍ରତିଭା ପାଇଁ ଶ୍ରୀକୃଷ୍ଣ ରାସ ଉତ୍ସବ ସଂସ୍କୃତି ସମ୍ମାନ, ୨୦୨୪ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଅଛି । ତେବେ ଗୁରୁଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଏହି ସମ୍ମାନ ପାଇଥିବାରୁ ତାଙ୍କୁ ବିଭିନ୍ନ ବର୍ଗର ଲୋକ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

ad-week
Leave A Reply

Your email address will not be published.