ଡିଏଲସି ପଦବୀ ପୂରଣ ସମେତ ବିଭିନ୍ନ ଦାବୀ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଛତ୍ରପୁର ମିଳିତ କ୍ରିୟାନୁଷ୍ଠାନ କମିଟି

add-all

ଛତ୍ରପୁର,୧୮ /୧୧ : ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଡିଏଲସି ପଦବୀ ପୂରଣ କରିବା ସମେତ ବିଭିନ୍ନ ଦାବୀ ନେଇ ନିର୍ମାଣ ଶ୍ରମିକ ସଂଗଠନ ର ଛତ୍ରପୁର ମିଳିତ କ୍ରିୟାନୁଷ୍ଠାନ କମିଟି ସୋମବାର ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଙ୍କୁ ଭେଟିଛନ୍ତି । ଡ଼ିଏଲସି ପଦବୀ ପୂରଣ ନ ହେବା ପର୍ଯ୍ୟନ୍ତ ବର୍ତମାନ ପରିପ୍ରେକ୍ଷୀ ରେ ପ୍ରତ୍ୟେକ ସପ୍ତାହ ଦୁଇ ଦିନ ଡ଼ିଏଲସି ଅସ୍ଥାୟୀ ଭାବେ ଆସିବା, ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଆବେଦନ କରି ପଡିରହିଥିବା ନୂତନ ନିର୍ମାଣ ଶ୍ରମିକ କାର୍ଡ ଗୁଡିକ ସଠିକ ସମୟରେ ପ୍ରଦାନ କରିବା, ନିର୍ମାଣ ଶ୍ରମିକ ହିତାଧିକାରୀ ମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିବା ଏବଂ କାର୍ଯ୍ୟାଳୟରେ ଆବଶ୍ୟକତା ଥିବା ବିଭିନ୍ନ ପଦପଦବୀ ପୁରଣ କରିବା ନିମନ୍ତେ କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ସେମାନଙ୍କ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନ ରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମିଳିତ ଛତ୍ରପୁର କ୍ରିୟାନୁଷ୍ଠାନ କମିଟିର ସଭାପତି ସନ୍ତୋଷ କୁମାର ସାହୁ କହିଛନ୍ତି । ଏହି ଅବସର ରେ ଛତ୍ରପୁର ମିଳିତ କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଠା ରାଜେନ୍ଦ୍ର ଦାଶ, ସଭାପତି ସନ୍ତୋଷ କୁମାର ସାହୁ ସମ୍ପାଦକ ବିଜୟ ମୁଦୁଲି, ସଂଯୋଜକ ଇଜୁ ଆମିନ ଖାନ, ଟି .ରଘୁନାଥ ରେଡ୍ଡୀ, ମୀନତି ପାତ୍ର , ମମତା ନାୟକ, ଲକ୍ଷ୍ମିପ୍ରିୟା ବେହେରା, ରବିନ୍ଦ୍ର ବେହେରା, ଅଭିମନ୍ୟୁ ନାୟଜ ଙ୍କ ସମେତ ବହୁ ନିର୍ମାଣ ଶ୍ରମିକ ମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କ ଅବଗତ କରିଛନ୍ତି ବୋଲି ସମ୍ପାଦକ ବିଜୟ ମୁଦୁଲି ଦେଇଛନ୍ତି ।

ad-week
Leave A Reply

Your email address will not be published.