ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ

add-all

ଛତ୍ରପୁର, : ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶାରୀରିକ(କ୍ରୀଡା )ଶିକ୍ଷା ଓ କଳା ଶିକ୍ଷା (ଚିତ୍ର କଳା, ସଂଗୀତ କଳା )ଶିକ୍ଷା କୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ରେ ପ୍ରଚଳନ କରିବା ଓ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମଗ୍ର ଶିକ୍ଷା ଅଭିଯାନ ଯୋଜନା ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କ ରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବୀ ନେଇ ସୋମବାର ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି, ସେମାନଙ୍କ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ କରିବା ନିମନ୍ତେ ସେମାନେ ଜିଲ୍ଲାପାଳ ଙ୍କୁ ଭେଟି ଅନୁରୋଧ କରିଥିଲେ, ଏହି ଦାବୀ ପତ୍ର ପ୍ରଦାନ ବେଳେ ସଭାପତି ମନୋଜ କୁମାର ଚୌଧୁରୀ, ବିଶ୍ଵନାଥ ପ୍ରଧାନ, ରାଜେନ୍ଦ୍ର ମହାଙ୍କୁ ଡ ଓ ବିଦେଶୀ ବେହେରା ଙ୍କ ସମେତ ବହୁ କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.