ଧକ୍କା ଦେଲା ଯାତ୍ରୀବାହି ଟ୍ରେନ : ଗୋଟିଏ ଜୁଇରେ ସତ୍କାର ହେଲେ ଦମ୍ପତି

add-all

ଲକ୍ଷ୍ମୀପୁର:୨୦/୧୧ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଳ ଷ୍ଟେସନ ନିକଟରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ବୁର୍ଜା ଗାଁ ର ବୁରୁସ୍ ଖରା (୬୦) ଓ ତାଙ୍କ ଧର୍ମ ପତ୍ନି ଯମୁନା ଖରା (୫୫) ଦୁହେଁ ପ୍ରତି ଦିନ କିଛି ଜିନିଷ ଧରି ନିକଟସ୍ଥ ଗାଁ ମାନଙ୍କୁ ଯାଇ ବ୍ୟବସାୟ କରି ନିଜ ପରିାରର ପୋଷଣ କରି ଆସୁ ଥିଲେ । ପ୍ରତି ଦିନ ଭଳି ବୁଧବାର ଭର ସକାଳେ ମଧ୍ୟ ନିଜ ଗାଁ ନିକଟସ୍ଥ ଭୂଇଁପାଟନି କୁ ଶୁଖୁଆ ଧରି ବ୍ୟବସାୟ ପାଇଁ ଯାଇ ଥିଲେ । ବ୍ୟବସାୟ ସାରି ନିଜ ଗାଁ ବୁର୍ଜା ଅଭିମୁଖେ ଫେରୁ ଥିବା ସମୟରେ କୋରାପୁଟ ବିଶାଖାପାଟଣା ଡିଏମୟୁ ଯାତ୍ରୀବାହି ଟ୍ରେନ ଲକ୍ଷ୍ମୀପୁର ଷ୍ଟେସନ୍ ରୁ ଅଳ୍ପ ଦୁର ଭୁଇଁପାଟନି ଗାଁ ପାଖ ଦେଇ ଯାଇ ଥିବା ରେଳ ଧାରା ଉପରେ ଦମ୍ପତି ଦୁହେଁ ଠିଆ ହୋଇ ରାୟଗଡା ଆଡୁ ଆସୁ ଥିବା ମାଲବାହୀ ଟ୍ରେନ ପାରି ହେବା ପର୍ଯ୍ୟନ୍ତ ଅପେକ୍ଷା ରେ ଥିଲେ ଠିକ ଏହି ସମୟରେ ଉକ୍ତ ଟ୍ରେନ୍ ମାଡି ଆସି ଥିଲା। । ବର୍ତ୍ତମାନ ଲକ୍ଷ୍ମୀପୁର ଠାରୁ ଟିକିରି ଷ୍ଟେସନ ପର୍ଯ୍ୟନ୍ତ ଦୁଇ ଲାଇନ୍ ଟ୍ରେନ୍ ଯିବା ଆସିବା ବ୍ୟବସ୍ତା ରହିଛି । ସମ୍ମୁଖ ରେଳ ଧାରଣା ରେ ନଜର ରଖି ନିଜେ ଠିଆ ହୋଇ ଥିବା ରେଳ ଧାରଣା ରେ ଟ୍ରେନ୍ ଆସୁ ଥିବା ସେମାନଙ୍କ ଆଉ ଧ୍ୟାନ ନାହିଁ । ଏହି ସମୟରେ ଟ୍ରେନ୍ ଆସି ମାଡି ଚାଲି ଗଲା ଏଵଂ ଉଭୟେ ଦମ୍ପତି ଟ୍ରେନ୍ ଧକ୍କା ରେ ଶରୀର ଖଣ୍ଡବିଖଣ୍ଡ ହୋଇ ଛିନ୍ନ ଛତ୍ର ହୋଇ ଛିଟିକି ପଡ଼ି ଥିଲା । ଭୁଇଁପାଟନି ଗାଁ କିଛି ଲୋକ ଦେଖି ସଙ୍ଗେ ସଙ୍ଗେ ସମ୍ପର୍କୀୟ ଙ୍କୁ ଖବର କରି ଥିଲେ । ଉକ୍ତ ଗାଁ ମୁଣ୍ଡ ଦେଇ ରେଳ ଲାଇନ ଯାଇଛି ଏଥିରେ କୌଣସି ପ୍ରକାରର ସୁଚନା ଫଳକ କିମ୍ୱା ତାର ଜାଲି ବାଡ କରା ଯାଇ ନାହିଁ ନାହିଁ । ଉକ୍ତ ସ୍ଥାନ ରେ ବାରମ୍ବାର ଦୁର୍ଘଟଣା ଘଟି ଥାଉଛି ତଥାପି ରେଳ ବିଭାଗ ସୁରକ୍ଷା ପାଇଁ କୌଣସି ଫାଟକ କିମ୍ବା ତାର ଜାଲି ଦେଇ ଅବୋଧ କରି ସୁରକ୍ଷା ଦେବା କଥା ଯେହେତୁ ଭୁଇଁପାଟନି ହେଉଛି ଏକ ଆଦିବାସୀ ଗାଁ ଜେଉଥି ପାଇଁ ଏଭଳି ଦୁର୍ଘଟଣା ଦହରୁ ଥିବା ଦେଖିବାକୁ ମିଳୁଛି । ତେଣୁ ସୁରକ୍ଷା ଦୃଷ୍ଟିକୋଣରୁ ଉକ୍ତ ସ୍ଥାନ ରେ ତୁରନ୍ତ ବାରିକେଟ କରିବା ଆବଶ୍ୟକ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି

ad-week
Leave A Reply

Your email address will not be published.