ବୈଦ୍ୟେଶ୍ୱରଟି ସେତୁ ନିକଟରୁ ୨୬ଗୋରୁ ଉଦ୍ଧାର: ୨ ଗାଈ ମୃତ, ୨ ବେପାରୀ ଗିରଫ 

add-all

ବାଙ୍କୀ : ଆଜି ଭୋର ସମୟ ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ଵର ଥାନା ପୁଲିସ ପକ୍ଷରୁ ଗୋରୁ ଚାଲାଣ ଖବର ପାଇ ହୋଇଥିଲା ଚଢ଼ାଉ କରାଯାଇଥିଲା। ଖବର ପାଇ ପୁଲିସ ଗୋରୁ ଗାଡିକୁ ଜବତ ପାଇଁ ଉଦ୍ୟମ କରିଥିବାବେଳେ ଗୋ ବେପାରୀ ମାଫିଆ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଗୋରୁ ବେପାରୀଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତି ପ୍ରଥମେ ପୁଲିସ ଉପରକୁ ବୋମା ମାଡ଼ କରିଥିଲେ।
ଏହାପରେ ବାଧ୍ୟ ହୋଇ ବୈଦେଶ୍ଵର ପୁଲିସ ନିଜକୁ ସୁରକ୍ଷା ଦେବା ପାଇଁ ଗୋରୁ ଗାଡି ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ଆସିଛି। ଅନ୍ୟପଟେ ବୈଦେଶ୍ଵର ପୁଲିସ ଘଟଣା ସ୍ଥଳ ରୁ ଗୋଟିଏ ଗୋରୁ ବାଝେଇ ଗାଡି ଜବତ ସହ୨ ଜଣ ଗୋରୁ ମାଫିଆଙ୍କୁ ଗିରଫ କରିଛି।
ଉଦ୍ଧାର ଗୋରୁ ଙ୍କ ସଂଖ୍ୟା ୨୬ ଗୋଟି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ମୃତ ଗୋମାତା ଠାବ କରାଯାଇଛି ବୋଲି ବୈଦେଶ୍ଵର ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ସୂଚନା ଦେଇଛନ୍ତି।
ଗିରଫ ଗୋରୁ ମାଫିଆ ଘର ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ କୁସୁପଲ୍ଲା ଓ ସିକୋ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ନାମ ଏମଡି ସଫିକ ଉଦ୍ଦିନ ଏବଂ ଅଫତର ଖାଁବୋଳି ପୁଲିସ ପକ୍ଷରୁ ସୂଚନା ଖୋର୍ଦ୍ଧା କୁସୁପଲ୍ଲା ଅଞ୍ଚଳରୁ ତିଗିରିଆ ବ୍ଲକ କରଡ଼ାପଲ୍ଲୀର କଂସେଇ ଖାନାକୁ ଚାଲାଣ ହେଉଥିଲା ବୋଲି ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.