କଟକ ଓ କେନ୍ଦ୍ରାପଡାରେ ଅଗ୍ନିକାଣ୍ଡ

add-all

କଟକ : କଟକରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବକ୍ସି ବଜାର ମଣିସାହୁ ଛକ ନିକଟସ୍ଥ ଏକ ଇଲକ୍ଟ୍ରୋନିକ ମରାମତି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ, ୱାସିଂମେସିନ, କୁଲର ସଜଡା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏଯାବତ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ବୋଲି ଅଗ୍ନିଶମ ଅଧିକାରୀ ସଂଜୀବ ବେହେରା କହିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଟାଉନ ଥାନା ବଡ଼ହାଟରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଛି। ନିଆଁ ଲାଗି ଦୋକାନ ପୂରା ଜଳିଯାଇଛି। ନିଆଁରେ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଆଜି ଭୋର ସମୟରେ ଲୁଗା ଦୋକାନ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ସେବେଳେକୁ ଲକ୍ଷାଧିକ ଟଙ୍କା ଲୁଗା ଜଳି ପାଉଁଶ ହୋଇଯାଇଥିଲା।
ତେବେ ଲୁଗା ଦୋକାନରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.