ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଯୁବକକୁ ଆଜୀବନ କାରାଦଣ୍ଡ

add-all

ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋକ୍ସୋ୍ କୋର୍ଟ ଏକ ୧୨ ବର୍ଷିୟ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ୨୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ଫିରିଙ୍ଗିଆ ଥାନା ଅଂଚଳର ସୁକାନ୍ତ କହଁର ଏବଂ ସରୋଜ ଓରଫ୍ ପିଣ୍ଟୁ କହଁରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡା ଦେଶ ସହ ୩୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ଦଶ ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସରକାରଙ୍କ ତରଫରୁ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପି.ପି. ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ । ସୁଚନା ଅନୁସାରେ ୨୦୨୧ ଅପ୍ରେଲ ୨୮ ତାରିଖ ରେ ପୀଡ଼ିତା ନାବାଳିକା ଜଣକ ବିବାହ ଭୋଜି ଖାଇବା ସହ ବିବାହ ସାଜସଜ୍ଜା ଦେଖିବାକୁ ଯାଇଥିଲେ। ଫେରିବା ବାଟରେ ନାବାଳିକାଙ୍କୁ ଦୁଇଟି ବାଇକରେ ଆସି ଅପହରଣ କରି ନେବା ସହିତ ୪ ଜଣ ମିଶି ଜଣଙ୍କ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଚେତା ଶୂନ୍ୟ ହେବା ପରେ ବାଟରେ ଫିଙ୍ଗି ପଳେଇଥିଲେ । ଘର ଲୋକ ଖୋଜିବା ପରେ ସବୁ ଜାଣିଲେ ଏବଂ ଥାନାରେ ଏତଲା ଦାଏର କରିଥିଲେ। ଏହି ମାମଲାରେ ବାଇଶ ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ। ପିଡୀତାକୁ କ୍ଷତିପୂରଣ ଅର୍ଥ ଦଶ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ମହେଶ୍ୱର କହଁରକୁ ପ୍ରମାଣ ଅଭାବରୁ କୋର୍ଟ ଖଲାସ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସିଦ୍ଧାନ୍ତ କହଁର ଫେରାର ରହିଛି।

ad-week
Leave A Reply

Your email address will not be published.