ପୂଜ୍ୟପୂଜା ସମିତି ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ୧୨୫ ତମ ଜୟନ୍ତୀ ପାଳିତ

add-all

ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜୟନ୍ତୀ ପାଳନ ହୋଇଯାଇଛି l ସମିତି ସମ୍ପାଦକ ଏସ. ସାମ୍ବାଶିବା ରାଓଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ସ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ କରାଯାଇଥିଲା। ପରାଧୀନ ଭାରତରେ ଗରିବ କୃଷକ, କ୍ଷେତମଜଦୂର, ଆଦିବାସୀ ଓ ଦଳିତ ମାନଙ୍କ ଉପରେ ନିର୍ଯ୍ୟାତନା ଓ ଶୋଷଣ ବିରୁଦ୍ଧରେ ଲଢେଇ କରି ସହିଦତ୍ୱ ପ୍ରାପ୍ତ କରିଥିବା ଲକ୍ଷ୍ମଣ ନାୟକ ଚୀର ସ୍ମରଣୀୟ ରହିବେl କେବଳ ବ୍ରିଟିଶ ସମ୍ରାଜ୍ୟବାଦର ଅନ୍ତ ନୁହଁ, ଦେଶରୁ ସବୁଦିନ ପାଇଁ ସମସ୍ତ ପ୍ରକାର ଅନ୍ୟାୟ, ଶୋଷଣ, ଜୁଲୁମର ବିଲୋପ ଘଟୁ,ଅନ୍ଧ ବିଶ୍ୱାସ, କୁସଂସ୍କାରର ପତନ ହେଉ, ଏହା ହିଁ ଥିଲା ବୀର ଲକ୍ଷ୍ମଣ ନାୟକଙ୍କ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବଳିଷ୍ଠ ଭୂମିକା l ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସୁରେନ୍ଦ୍ର ନାଥ ପଣ୍ଡା, ଶିବାଂଶ ସାମନ୍ତରାୟ, ଅଳକ ନାଥ ମିଶ୍ର,କେଦାରନାଥ ଚୌଧୁରୀ,ରଂଜିତ କୁମାର ସାମନ୍ତରାୟ,ପ୍ରମୋଦ କୁମାର ପଣ୍ଡା,ଗୌରୀ ଶଙ୍କର ମହାନ୍ତି,ଅବନୀ ଗୟା ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.