ମାସିକ କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ଏନ ଏ ସି କରବଲୁଆ କ୍ଲଷ୍ଟରରେ ସି ଆର ସି ସି ମୀନତି କୁମାରୀ ପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଳିତ ମାସର ଶିକ୍ଷକ ପ୍ରଶିକ୍ଷଣ ଶିବିର ନୋଡାଲ ହାଇସ୍କୁଲ ଚିକିଟୀ ପେଣ୍ଠଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବି ଆର ସି ସି ନିଗମାନନ୍ଦ ପଣ୍ଡା ଏବଂ ଅତିରିକ୍ତ ଶିକ୍ଷା ଗୋଷ୍ଠୀଅଧିକାରୀ ସୀମାଞ୍ଚଳ ପଣ୍ଡା, ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାହୁ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏଥିରେ ନିର୍ଦ୍ଧାରିତ ଆଲୋଚ୍ୟ ବିନ୍ଦୁ ଯଥା ;- ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି, ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ଓ ନମୂନା ପାଠ୍ୟ ଯୋଜନା, ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ (ଏଫ ଏଲ୍ ଏନ) ଶ୍ରେଣୀ କାର୍ଯ୍ୟକ୍ରମ ଏବଂ ତା’ର ସଫଳ ପରିଚାଳନା, ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ , କ୍ୟାରିଅର ମାର୍ଗଦର୍ଶନ ପୋର୍ଟାଲ ପ୍ରଭୃତି ଉପରେ ଆଲୋଚନା କରାଯାଇଥିଲା। ଶିବିରରେ ନୋଡାଲ ହାଇସ୍କୁଲ ଚିକିଟୀ ପେଣ୍ଠ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରବଲୁଆ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଣ୍ଡିରୀ, ବାଳିକା ପ୍ରାଥମିକ ବିଦ୍ୟାଳୟ ଚିକିଟୀ ପେଣ୍ଠ, ପ୍ରାଥମିକ ବିଦ୍ୟାଳୟ ବଡ଼ ଗାଁ, ଭୋଳାସିଙ୍ଗି , କୋଳଥିଆ, ଲିଆଖାଇ ଏବଂ କୁମ୍ଭକାର ସାହି ରୁ ପ୍ରଧାନ ଶିକ୍ଷକଙ୍କ ସହ ଏଫ ଏଲ୍ ଏନ ଶ୍ରେଣୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ଶିବିର କାର୍ଯ୍ୟକ୍ରମ ବେଶ୍ ଶୃଙ୍ଖଳିତ ଥିବା ସମସ୍ତେ ଅନୁଭବ କରିଥିଲେ।

ad-week
Leave A Reply

Your email address will not be published.