ବଣ୍ଡା ଜନଜାତି ବହୁଳ ଅଣ୍ଡରାହାଲ ଗ୍ରାମ ପଞ୍ଚାୟତ ଠାରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସଚେତନତା କ୍ୟାମ୍ପ…

add-all

ମାଲକାନଗିରି, ୨୩/୧୧/୨୪ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଇରପୁଟ ବ୍ଲକର ବଣ୍ଡା ଜନଜାତି ବହୁଳ ଅଣ୍ଡରାହାଲ ଗ୍ରାମ ପଞ୍ଚାୟତ ଠାରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସଚେତନତା କ୍ୟାମ୍ପ ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ତଥା ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ ଓ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଉପସ୍ଥିତ ରହି ଏହି କ୍ୟାମ୍ପ ଆୟୋଜନ କରିଥିଲେ। ଏଥିରେ ୧୫୦ ଜଣ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ। ୫୪ ଜଣ ନିର୍ମାଣ ଶ୍ରମିକଙ୍କୁ ତ୍ୱରିତ ଶ୍ରମ କାର୍ଡ ପ୍ରଦାନ କରାଯିବା ସହ ୫୦ରୁ ଅଧିକ କୋଠାବାଡ଼ି ଓ ନିର୍ମାଣ ଶ୍ରମିକଙ୍କ କାର୍ଡ ନବୀକରଣ କରାଯାଇଥିଲା। ସୂଚନା ଥାଉ କି ଅଣ୍ଡରାହାଲ ଗ୍ରାମ ପଞ୍ଚାୟତ ଆଦିମ ବଣ୍ଡା ଜନଜାତି ବହୁଳ ଅଞ୍ଚଳ ଅଟେ । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଶେଷ ପ୍ରାଧାନ୍ୟତା ଦିଆଯାଉଛି। ତେଣୁ ଏହି ଅଞ୍ଚଳର ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ସେମାନଙ୍କର ପାଇଁ ଉପଲବ୍ଧ ସରକାରୀ ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା। ସେହିପରି ଅଚଳ ହୋଇଥିବା ଶ୍ରମ କାର୍ଡକୁ ଏକ୍ଟିଭ କରାଯାଇଥିଲା ।ଏହି କ୍ୟାମ୍ପକୁ ଆୟୋଜନ କରିବାରେ ସ୍ଥାନୀୟ ସରପଞ୍ଚ, ଜିଆରଏସ, ଚିନ୍ମୟ ରାଉତରାୟ, ବିଜୟାନନ୍ଦ ପଣ୍ଡା ଓ ରିଙ୍କୁ ରଞ୍ଜନ ଅଧିକାରୀ ସହଯୋଗ କରିଥିଲେ। ଅନଲାଇନ ପଞ୍ଜିକରଣ ନିମନ୍ତେ ମୋ ସେବା କେନ୍ଦ୍ରର କର୍ମଚାରୀ ସହାୟତା କରିଥିଲେ।

ad-week
Leave A Reply

Your email address will not be published.