ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ କିଛି ଦିନ ହେବ ଛୋଟ ଛୋଟ କଲେଜ ପିଲା ମାନେ ଦାମି ମଟର ସାଇକେଲ ଧରି ଫୁଲବାଣୀ ସହରରେ ହାଇପ୍ଷିଡରେ ବୁଲୁଥିବା ଦେଖିବାକୁ ମିଳୁଛି । ଉକ୍ତ ମଟର ସାଇକେଲ ସବୁ ରାଜଧାନୀ ଭୁବନେଶ୍ବର ଉପକଣ୍ଠରୁ ଚୋରି କରି କିଛି ଅସାଧୁ ବ୍ୟକ୍ତି କନ୍ଧମାଳ ଜିଲ୍ଲାରେ ଗାଁ ଗହଳି ମାନଙ୍କରେ କମ୍ ଦାମରେ ବିକ୍ରି କରୁଛନ୍ତି। ବର୍ତ୍ତମାନ କମିସନରେଟ ପୋଲିସ ପକ୍ଷରୁ ଧରପଗଡ କରାଯାଇ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଗୋଛାପଡା, ସଦର ଥାନା ଅଞ୍ଚଳରେ ବିକ୍ରି ହୋଇଥିବା କିଛି ହାଇପ୍ଷିଡ ମଟର ସାଇକେଲ ଆର, ଉଆନ ଫାଇଭ,କେ,ଟି, ଏମ୍ ଭଳିଆ ଦାମି ଗାଡ଼ି ଠାବ କରି ଭୁବନେଶ୍ଵର କମିସନରେଟ ପୋଲିସ ପକ୍ଷରୁ ଏକ ଟିମ୍ ଆସି ସମସ୍ତ ଚୋରା ଗାଡି ଜବତ କରିବାରେ ସଫଳ ହୋଇଛନ୍ତି।
