ରାମଚଣ୍ଡୀ ପୀଠରେ ସମ୍ବର୍ଦ୍ଧିତ ହେଲେ ସୁନାମଧନ୍ୟ ଓଡିଆ ଚଳଚିତ୍ର ନୃତ୍ୟଗୁରୁ ଅମିତ କୁମାର ନାୟକ

add-all

ଛତ୍ରପୁର : ଓଡ଼ିଆ ସିନେମା ଜଗତରେ ଚହଳ ପକାଇଥିବା କର୍ମ ଫିଲ୍ମର ଚିରିଂ ଚିରିଂ ଗୀତ ତଥା ମାଲ୍ୟଗିରିର ଧୁଳିଆ ଜନ୍ଦା ଗୀତର ପ୍ରଚ୍ଛଦପଟର ସୁନାମଧନ୍ୟ ନୃତ୍ୟ ଗୁରୁ ଏବଂ ନିର୍ଦ୍ଧେଶକ ଅମିତ କୁମାର ନାୟକ ଆଜି ମାଁ ରାମଚଣ୍ଡୀଙ୍କ ପୀଠକୁ ଆସି ଦର୍ଶନ କରିବା ସହ ମନ୍ଦିର ବିଷୟରେ ମନ୍ଦିର ପୂଜା କମିଟିର ସଦସ୍ୟ ସୁଧୀର ମହାରଣା ଓ ବରୁଣ ଚୌଧୁରୀଙ୍କ ଠାରୁ ପଚାରି ବୁଝିଥିଲେ। ପରେ ମନ୍ଦିର ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ମା’ ରାମଚଣ୍ଡୀ ମନ୍ଦିର ତରଫରୁ ନୃତ୍ୟ ଗୁରୁ ଅମିତଙ୍କୁ କମିଟିର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରି ଭବିଷ୍ୟତରେ ମାଆଙ୍କ ପୀଠ କିପରି ଲୋକଲୋଚନକୁ ଆସିପାରିବ ସେ ନେଇ ଆଲୋଚନା କରିବା ସହ ଓଡ଼ିଆ ଗୀତ ଓ ଚଳଚିତ୍ର କିପରି ଏଠାରେ ସୁଟିଂ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.