ବାଲି ବୋଝେଇ ହାଇଓ୍ବା ଧକ୍କାରେ ୨ ଛାତ୍ରୀ ଆହତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି କାଳୀ ମନ୍ଦିର ଛକ ନିକଟରେ ବାଲି ବୋଝେଇ ହାଇଓ୍ବା () ଧକ୍କାରେ ୨ ଛାତ୍ରୀ ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ଲିଜା ପ୍ରଧାନ (୧୪) ଓ ହିଞ୍ଜିଳି ମଠପଦର ସାହିର ମୋହିନୀ ସାହୁ(୧୭) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରକାଶ ଯେ, ସୋମବାର ସକାଳେ ୨ ଜଣ ଛାତ୍ରୀ ସାଇକେଲ ଯୋଗେ ଗ୍ରାମରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ପାକିଡି ଋଷିକୂଲ୍ୟା ନଦୀରୁ ବାଲି ବୋଝେଇ କରି ଏକ ହାଇଓ୍ବା ତାରାତାରିଣୀ ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳି କାଳୀ ମନ୍ଦିର ଛକ ନିକଟରେ ୨ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ଦୂର୍ଘଟଣାରେ ୨ ଛାତ୍ରୀ ଆହତ ହୋଇଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ହାଇଓ୍ବାକୁ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି।‌

ad-week
Leave A Reply

Your email address will not be published.