ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାପାଳ ଜନ ଶୁଣାଣି କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟରେ ସୀମିତନ କରି ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ପାଇଁ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଜି ମାଥିଲି ବ୍ଲକ ସାଲିମି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଛି।ଆଜିର ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ୮୦ଟି ଅଭିଯୋଗ ଆସିଥିବା ବେଳେ ସମସ୍ତ ସମସ୍ୟା ଖୁବ ଶୀଘ୍ର ପୂରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତାହା ସହିତ ଦୁଇ ଜଣ ଭିନ୍ନକ୍ଷମଙ୍କୁ ହ୍ୟୁଲ ଚେୟାର ବଣ୍ଟନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ଜିଲ୍ଲା ଆରକ୍ଷୀ ବିଭାଗର ଅଧିକାରୀ ସହ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ |
