ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ଲୋକାର୍ପିତ

add-all

ଭୁବନେଶ୍ବର: ରାଜ୍ୟରେ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଗ୍ୟ ଚାଷୀ ଯେଭଳି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ନହୁଅନ୍ତି, ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଧାନ ସଂଗ୍ରହ ସମୟରେ କୌଣସି ଅନିୟମିତତାର ଅଭିଯୋଗ ଆସିଲେ, ଏହା ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିସରରେ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ଶୁଭାରମ୍ଭ ହୋଇଛି। ଏହାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲୋକାର୍ପଣ କରିଛନ୍ତି।
ଚାଷୀଙ୍କ ସ୍ୱାର୍ଥ ସାଧନ ଓ ସେମାନଙ୍କୁ ସର୍ବାଧିକ ଲାଭ ଦେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଧାନ ବିକ୍ରୟ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ଚାଷୀମାନେ ତୁରନ୍ତ ସେମାନଙ୍କ ଅଭିଯୋଗ ଏହି କେନ୍ଦ୍ର ମାଧ୍ୟମରେ କରିପାରିବେ। ଯାହାଦ୍ୱାରା ସମ୍ପୃକ୍ତ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀମାନେ ନିଯୁକ୍ତ ହୋଇ ଧାନକିଣା ପ୍ରକ୍ରିୟା ତଦାରଖ କରୁଛନ୍ତି। କୌଣସି ଅଭିଯୋଗ ଥିଲେ ଟୋଲଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ଏହି ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ରରେ ସବୁ ଜିଲ୍ଲାର ମଣ୍ଡି ଉପରେ ତୀକ୍ଷ୍ଣ ନଜର ରଖାଯିବ। ସିସିଟିଭି ମାଧ୍ୟମରେ ଲାଇଭ ଫୁଟେଜକୁ ଏଠାରେ ଅନୁଧ୍ୟାନ କରାଯିବା ସହ ମଣ୍ଡିରୁ ଧାନ ନେଇ ମିଲସ ଓ ଡିପୋକୁ ଯାଉଥିବା ଗାଡିକୁ ମଧ୍ୟ ନିରୀକ୍ଷଣ କରାଯିବ। ଉଭୟ ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ବେଳେ ଏହି କେନ୍ଦ୍ର କାର୍ଯ୍ୟ କରିବ। ଏଠାରେ ଉଭୟ ଅଡିଓ ଓ ଭିଡିଓ କଲ ମାଧ୍ୟମରେ ଯୋଗାଯୋଗ କରିବା ବ୍ୟବସ୍ଥା ରହିଛି। କୌଣସି ଅଭିଯୋଗ କିମ୍ବା ନିର୍ଦ୍ଦେଶ ଆସିଲେ ତ୍ୱରିତ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ରହିଛି।

ad-week
Leave A Reply

Your email address will not be published.