ମାଓବାଦୀଙ୍କ ନୂତନ ହତିଆର ବିୟର ବୋତଲ ବୋମା

youtube

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ନୂଆ ହତିଆର ସାଜିଛି ବିୟର ବୋତଲ ବୋମା, ବିୟର ବୋତଲ ବୋମା ଜନସାଧାରଣଙ୍କ ଚିନ୍ତାର କାରଣ ପାଲଟିଛିା ସୂଚନା ଅନୁଯାୟୀ ଜଙ୍ଗଲ ମଧ୍ୟରେ ଯବାନଙ୍କ ସହ ଲଢେଇ କରିବା ପାଇଁ ନୂଆ ରଣନୀତି ଅପନେଇଛନ୍ତି ମାଓବାଦୀ ମାନେ। ସହଜରେ ଉପଲବ୍ଧ ବିୟର ବୋତଲରୁ ବୋମା ତିଆରି କରିଛନ୍ତିା ଯାହାକି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି। ଛତିଶଗଡର ଗଙ୍ଗାଲୁର ଜଙ୍ଗଲରେ ଏହି ବୋମା ଠାବ କରିଛନ୍ତି ସୁରକ୍ଷା ବାହିନୀ। ସତର୍କତାର ଡିଆରଜିର ଯବାନ ମାନେ ଏହି ବୋମାକୁ ଉଧାର କରି ନିଷ୍କ୍ରିୟ କରିବା ସହ ଏକ ବଡ ଅଘଠଣକୁ ଏଡାଇ ଦିଆ ଯାଇଛିା ପ୍ରଥମ ଥର ପାଇଁ ମାଓବାଦୀ ମାନେ ବିୟର ବୋତଲରେ ଦୁଇ କିଲୋ ଆଇଡି ବୋମା ଖଂଜିଥିଲୋ ଏଭଳି ପ୍ରେସର ସୁଇଚ୍ ସିଷ୍ଟମ ବୋମାକୁ ଜଙ୍ଗଲ ମଧ୍ୟରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଖଂଜିଥିଲୋ ବୋଲି କୁହା ଯାଇଛଇା ଏହାପରେ ଅଞ୍ଚଳରେ ତଲାସି ଅଭିଯାନକୁ ଆହୁରି ଜୋର୍ଦାର କରାଯାଇଛି।

Leave A Reply

Your email address will not be published.