
ମାଲକାନଗିରି, ୩୦।୧୧ : ବିଜୟ ମର୍ଚାଣ୍ଟ ଟ୍ରଫି ପାଇଁ ଓଡିଶା ଦଳର ସ୍ଥାନ ପାଇଛନ୍ତି ମାଲକାନଗିରିର ଯୁବ କ୍ରୀଡାବିତ ଚନଦୀପ। ଆସନ୍ତା ୬ ତାରିଖରେ ଗ୍ଵାଲିୟର ଠାରେ ଅନୁଷ୍ଠିତ ହେବାକୁ ଥିବା ୧୬ ବର୍ଷରୁ କମ ବିଜୟ ମର୍ଚାନ୍ଟ କ୍ରିକେଟ ଟ୍ରଫି ପାଇଁ ଓଡିଶା ଦଳରେ ମାଲକାନଗିରିର ଚନଦୀପ ସିଂ ରିୟାର ସ୍ଥାନ ଅଇଛନ୍ତି। ଏହି ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ଆସାମ ଓ ଗୁଜୁରାଟ ବିପକ୍ଷରେ ଖେଳିବା ପାଇଁ ଓଡିଶା ଦଳରେ ଚନଦୀପ ସ୍ଥାନ ପାଇଛନ୍ତି। ପୂର୍ବରୁ ମାଲକାନଗିରିରେ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ୧୬ ବର୍ଷରୁ କମ କ୍ରିକେଟ ଟୁର୍ନାମେଣ୍ଟରେ ୩ଥର ଅଂସ ଗ୍ରହଣ କରିବା ସହ ୧୯ ବର୍ଷରୁ କମ କ୍ରିକେଟ ଟୁର୍ନାମେଣ୍ଟରେ ମଧ୍ୟ ୩ଥର ଅଂସ ଗ୍ରହଣ କରିଥିଲେ। ୧୬ ବର୍ଷରୁ କମ କ୍ରିକେଟ ଟୁର୍ନାମେଣ୍ଟର ଶେଷ ଚୟନ ମ୍ୟାଚରେ ସେ ଲେଗ ସ୍ପିନର ଭାବେ ବୋଲିଂ କରି ୫ଟି ଉଇକେଟ ନେଇଥିଲେ। ତେବେ ଏହି ଚୟନ ମ୍ୟାଚରେ ୫ଟି ଉଇକେଟ ନେଇଥିବା ସେ ଏକମାତ୍ର ଖେଳାଳି ହୋଇଥିବାରୁ ଚର୍ଚାକୁ ଆସି ସେ ଏହି ସଫଳତା ହାସଲ କରିଥିଲେ।