ସମ୍ବର୍ଦ୍ଧିତ ହେଲେ ସମସ୍ତ ନୂତନ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସିଆରସିସି

youtube

ଚିକିଟୀ : ଏହି ବ୍ଲକର ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ଚିକିଟୀ, ସଂଘ ସଭାପତି ଶ୍ରୀ ତ୍ରିଲୋଚନ ପ୍ରଧାନଙ୍କ ସଭାପତିତ୍ୱରେ ଆଜି ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ବର୍ଣ୍ଣାଢ୍ୟ ପରିବେଶରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି କରବାଲୁଆ ସ୍ଥିତ ମା ବଗଳାମୁଖୀ ମନ୍ଦିର କଲ୍ୟାଣୀ ମଣ୍ଡପ ପ୍ରାଙ୍ଗଣରେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଅଧିକାରୀ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ନିଗମାନନ୍ଦ ପଣ୍ଡା, ସୀମାଞ୍ଚଳ ପଣ୍ଡା , ଏଲିମେଣ୍ଟାରୀ ଶିକ୍ଷକ ସଂଘ ସଭାପତି ହରିଶ୍ଚନ୍ଦ୍ର ବେହେରା, ସମ୍ପାଦକ ବଳରାମ ବେହେରା, ଗଣ ଶିକ୍ଷକ ସଂଘ ସଭାପତି ଅଭିମନ୍ୟୁ ପ୍ରଧାନ, ଜିଲ୍ଲା ପ୍ରତିନିଧି ଲବ ସାହୁ, ବୃନ୍ଦାବନ ପାଢ଼ୀ, ପୂର୍ବତନ ସଭାପତି ସୀମାଞ୍ଚଳ ପଣ୍ଡା ପ୍ରଭୃତି ଯୋଗଦେଇଥିଲେ । ଏଲିମେଣ୍ଟାରୀ ନୂତନ ପେନସନ ଭୁକ୍ତ ସଂଘର ସମ୍ପାଦକ ରଂଜନ କୁମାର ବ୍ରହ୍ମା ସମ୍ପାଦକୀୟ ବିବରଣୀ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ବସନ୍ତ କୁମାର ପଣ୍ଡା ନବ ନିଯୁକ୍ତ ଶିକ୍ଷକ ମାନଙ୍କୁ ନିଜର କାର୍ଯ୍ୟ ସଠିକ୍ ରୂପେ ନିର୍ବାହ କରି ନିଜର ଏବଂ ବ୍ଲକର ସୁନାମ ରଖିବାକୁ ମାର୍ଗଦର୍ଶନ କରିଥିଲେ। ସଭାପତି ତ୍ରିଲୋଚନ ପ୍ରଧାନ ସଂଘର କାର୍ଯ୍ୟକାରିତା ବିଷଦ ଭାବେ ରଖିଥିବା ବେଳେ ଉପଦେଷ୍ଟା ରମାକାନ୍ତ ସାହୁଙ୍କ ଧନ୍ୟବାଦ ରେ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ ସେଠୀ, ଅର୍ଜ୍ଜୁନ ପାତ୍ର, ବି. କେଦାର ନାଥ ସୁବୁଦ୍ଧି, ଅରୁଣ କୁମାର ପଣ୍ଡା, ଗୌତମ ରଣା, ଗୌରୀ ଶଙ୍କର ସାହୁ, କେ .ଜଗନ୍ନାଥ ରାଓ, ଲିଙ୍ଗରାଜ ପ୍ରଧାନ, ଭାବନୀ ଶଙ୍କର ମହାପାତ୍ର, ରବୀନ୍ଦ୍ର ବେହେରା, ସଂହିତା ମହାନ୍ତି, ଏ . ଦମୟନ୍ତି , ନରସିଂହ ପତି , ନରେନ୍ଦ୍ର ସାହୁ,ସାନି ଲୋକନାଥ, ଜି.ବାଇଲୁଡୁ ,ରାଜକିଶୋର ପଣ୍ଡା ଙ୍କ ସମେତ ସମସ୍ତ ସଂଘ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳତାର ଶ୍ରେୟ ସଭାପତି ଏବଂ ସମ୍ପାଦକ ତୃଣମୂଳ ସ୍ତରରେ ନିଷ୍ଠାର ସହ ଦାୟିତ୍ୱ ସମ୍ପାଦନ କରିଥିବା ସମସ୍ତ କ୍ଲଷ୍ଟର ର ମେମ୍ବର ତଥା ସଂଘର ସମସ୍ତ କର୍ମକର୍ତ୍ତା ଓ ଏଥିରେ ସହଯୋଗ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.