ଦାରିଙ୍ଗବାଡି ଇକୋରିଟ୍ରିଟ୍‌ର ଶୁଭ ଉଦଘାଟନ, ଛୁଟିଲା ପର୍ଯ୍ୟଟକଙ୍କ ସୁଅ, ପ୍ରଥମ ଦିନରୁ ହିଁ ଫୁଲ ବୁକିଂ

ଦାରିଙ୍ଗବାଡି : ଓଡ଼ିଶାର କାଶ୍ମୀର ତଥା ଭୂସ୍ବର୍ଗ କୁହା ଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆଜି ଚତୁର୍ଥ ଥର ପାଇଁ ଇକୋରିଟ୍ରିଟର ସୁଭାରମ୍ଭ ହୋଇଛି। ଇକୋରିଟ୍ରିଟର ଅଧ୍ୟକ୍ଷ ତଥା ବିଡିଓ ପ୍ରିତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଏହାକୁ ମାନ୍ୟବର ଘୁ. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଯୋଗଦେଇ ଉଦ୍ଘାଟନ କରିଥିଲେ ତାଙ୍କ ସହିତ ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯୟନିର୍ବାହୀ ଅଧିକାରି ଶମ୍ଭୁନାଥ ନନ୍ଦୀ, ବାଲିଗୁଡ଼ା ଉପ ଜିଲ୍ଲାପାଳ ଡା.ରୀନା ପ୍ରଧାନ, ଫୁଲବାଣୀ ଉପ ଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତ, କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲ୍ଲିକ, ଜିଲା ସୁଚାନା ଅଧିକାରୀ ପ୍ରଭାକର ମହାରଣା, ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ, ସମାଜ ସେବୀ ସନ୍ତୋଷ କୁମାର ସାହୁ, ଅରୁଣ କୁମାର ପ୍ରଧାନ,ବିଧାୟକ ପ୍ରତିନିଧି ପିଟର୍ ଦିଗାଲ ଉପସ୍ଥିତ ଥିଲେ ।

ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ବଢ଼ିବାକୁ ରାଜ୍ୟ ସରକାର ଓଡ଼ିଶାର ଦାରିଙ୍ଗବାଡ଼ି ସହିତ ସାତ ଟି ପର୍ଯ୍ୟଟନ ସ୍ଥଳୀରେ ଇକୋରିଟ୍ରିଟ ପ୍ରକଳ୍ପ ଆରମ୍ଭ କରିଥିଲେ । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଶେଷ କରି ଆଜି ଇକୋରିଟ୍ରିଟ ଶୁଭାରମ୍ଭ ହୋଇଛି । ରାଜ୍ୟର ସାତଟି ଇକୋରିଟ୍ରିଟ ମାନଙ୍କ ଭିତରୁ ଦାରିଙ୍ଗବାଡିର ଇକୋରିଟ୍ରିଟ ଅନ୍ୟତମ , କନ୍ଧମାଳ ଜିଲ୍ଲା ପ୍ରଶାସନ ଏହି ବର୍ଷ ଦାରିଙ୍ଗବାଡ଼ି କୁ ଆସୁଥିବା ପର୍ଯ୍ୟଟକ ଙ୍କୁ ଏକ ନିଆରା ଅନୁଭବ ର ଭେଟି ଦେବାକୁ ପ୍ରଚେଷ୍ଟା କରିଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ କରି ଏହାର ବିକାଶ କରିବା ପାଇଁ ସମସ୍ତଙ୍କ ସହଯୋଗରେ କରିବାକୁ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମରେ ରାପଡ଼ାବାଡ଼ି ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲା ପର୍ଯ୍ୟଟନ ଅଧିକାରିଣୀ କୁମୁଦିନୀ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.