ଫୁଲବାଣୀକୁ ରେଳପଥ ସଂଯୋଗ ଦାବିରେ ଦାବୀପତ୍ର

youtube

ଫୁଲବାଣୀ : କନ୍ଧମାଳ ଜିଲ୍ଲାକୁ ଦେଶ ସ୍ୱାଧିନର ୭୭ବର୍ଷ ପରେ ରେଳପଥ ସଂଯୋଗ ହୋଇନଥିବାରୁ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦୀବସୀୟ ଶାନ୍ତିପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଗମନାଗମନର ସୁବିଧା ଓ ମାଲ ପରିବହନ ପାଇଁ ରେଳପଥ ଏକ ସୁଲଭ ଓ ସହଜ ମାଧ୍ୟମ।ଦୀର୍ଘ ବର୍ଷର ଦାବୀ ସତ୍ତ୍ୱେ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ସରକାରୀ ତତ୍ପରତା ପ୍ରକାଶ ପାଉନାହିଁ। ଜନସାଧାରଣଙ୍କ ଦୀର୍ଘ ବର୍ଷର ଦାବୀ ଫଳରେ ଗୋପାଳପୁର ସମ୍ବଲପୁର ରେଳପଥ ପାଇଁ ୨୦୨୨-୨୩ରେ ଅନୁମୋଦନ କରାଯାଇ ଅର୍ଥ ମଞ୍ଜୁର କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୨୦୨୩-୨୪ରେ ଫୁଲବାଣୀ ସହର ଏହି ରେଳପଥ ସଂଯୋଗରୁ ବଞ୍ଚିତ ହୋଇଥିବା ରେଳ ବିଭାଗ ୱେବସାଇଟରୁ ଜଣାପଡିଥିଲା। ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ କରି ନୂଆ ଡିପିଆର ଦାଖଲ କରିବାକୁ ଓରିଡିଲ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲା ରେଳ ଷ୍ଟେସନ ଉଦଘାଟନ ଅବସରରେ ଘୋଷଣା କରିଥିଲେ। ଏହା ମଧ୍ୟରେ ଏକ ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ ଓରିଡିଲ ବା ଓଡିଶା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ। ତେଣୁ ଡିସେମ୍ବର ୨ତାରିଖରେ ଏହି ଗଣଧାରଣା କରାଯାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ମିଳିତ ନାଗରିକ କମିଟି , ରେଳପଥ କ୍ରିୟାନୁଷ୍ଠାନ କମିଟି ଓ ବରିଷ୍ଠ ନାଗରିକ କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ପ୍ରତାପ ପାତ୍ର, ପ୍ରଣବ ମଣ୍ଡଳ,ନବୀନ କିଶୋର ପଣ୍ଡା, କମଳାକାନ୍ତ ପାଣ୍ଡେ, ଆଇନଜୀବୀ ବିଜୟକୃଷ୍ଣ ପଟନାୟକ, ରବୀନ୍ଦ୍ର ନାଥ ମିଶ୍ର,ବଂଶୀଧର ମହାପାତ୍ର, ଉମାଚରଣ କହଁର, ଅବନୀ କହଁର,ମୋହନ ପ୍ରଧାନ, ସତ୍ୟପ୍ରିୟ ମହାନ୍ତି, ବଣିକ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ପ୍ରଶାନ୍ତ ବେହେରା, ଜୟସେନ ପରିଡା, ବିଜୟ ମହାନ୍ତି, କେ ଞାନ ଦୋରା,ବ୍ରଜ ମୋହନ ନାୟକ, ପ୍ରମୋଦ ସାହୁ, ଉମେଶ ପାତ୍ର, କୃଷ୍ଣ ଚନ୍ଦ୍ର ମିଶ୍ର,ବ୍ରଜ ପଟନାୟକ, ପଦ୍ମଚରଣ ସ୍ୱାଇଁ,ରାଜ କିଶୋର ପାଢୀ ପ୍ରମୁଖ ଯୋଗ ଦେଇ।ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ ନେଇ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳ ଅମୃତ ରୂତୁରାଜ ,ଜିଲାପାଳଙ୍କ ଜରିଆରେ ତାଙ୍କ କାର୍ଯ୍ୟାଳୟ ଠାରେ ଦାବୀପତ୍ର ପ୍ରଦାନ କରାଯାଇଛି।ଜିଲ୍ଲା ରେଳପଥ କ୍ରିୟାନୁଷ୍ଠାନ କମିଟି ଓ ମିଳିତ ନାଗରିକ କମିଟିର କରୁଣାକର ସାହୁ, ପିତାମ୍ବର ମିଶ୍ର, କେ ନାଗେଶ୍ୱର ପାତ୍ର,କୁମୁଦ ଚନ୍ଦ୍ର ମଲିକ, ସୋମନାଥ ସାହୁ, ବିଶ୍ୱନାଥ ନାୟକ,ରାଜୁ ପାଢୀ, ନିଳାମ୍ବର ଭଟ୍ଟ, ନାରାୟଣ ସାହୁ ଓ ପ୍ରଶନ୍ନ ବେହେରା ପ୍ରମୁଖ ବହୁ ବୁଦ୍ଧିଜୀବୀ ଗଣଧାରଣାରେ ଯୋଗଦେଇ ଥିଲେ।

Leave A Reply

Your email address will not be published.