ଆଳୁ ଦର ଶୁଣି ଗ୍ରାହକ ଛାନିଆ : ମନ୍ତ୍ରୀଙ୍କୁ ବାଧୁନି ଆଳୁଦର ବୃଦ୍ଧି

add-all

ବ୍ରହ୍ମପୁର: ଗତ ଛମାସ ହେଲା ଯୋଗାଣ ମନ୍ତ୍ରୀ ଆଳୁ ଦରକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ରୁ ଆଳୁ ଆସିବା ବନ୍ଦ ନେଇ ଖବର ପ୍ରଚାର ହେବା ପରେ ଆଳୁ ଦର ଏବେ ୪୦ ଟଙ୍କାରୁ ଉର୍ଦ୍ଧ ରେ ବିକ୍ରି ହେଲାଣି ବଜାର ରେ। ନୂତନ ସରକାର ଆସିବା ପର ଠାରୁ ଆଳୁ ଦର ଶୁଣି ଗ୍ରାହକ ଛାନିଆ ହେଉଛନ୍ତି। ବିଭାଗୀୟ ମନ୍ତ୍ରୀ ମହାଶୟଙ୍କୁ ଆଳୁ ଦର ବୃଦ୍ଧି ବାଧୁନି ଉତ୍ତର ପ୍ରଦେଶ ରୁ ଆଳୁ ଆସୁଛି।ଦରରେ ସ୍ୱାଭାବିବ ଅବସ୍ଥା ଆସିବ ବୋଲି କହିବାର ଇତି ମଧ୍ୟରେ ଛ ମାସ ବିତିଯାଇଛି।ମନ୍ତ୍ରୀ ମହାଶୟ କେତେ ବେଳେ ଉତ୍ତର ପ୍ରଦେଶ ତ କେତେବେଳେ ପଞ୍ଜାବ ରୁ ଆଳୁ ଆସିବ ବୋଲି ଫମ୍ପା ଆଶ୍ବସନା ଦେଉଥିବା ନେଇ ଚର୍ଚ୍ଚା ହେଲାଣି। ରାଜ୍ୟରେ ଦେଖା ଦେଇଥିବା ଆଳୁ ସମସ୍ୟା ଦୂର କରିବା ରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ଗ୍ରାହକ କହିଲେଣି। ଶହେ ଟଙ୍କା ଧରି ବଜାର କୁ ଗଲେ ଆଳୁ କିଲୋ ପିଆଜ କିଲେ ଆସୁନାହି।

ପଶ୍ଚିମବଙ୍ଗ ଉପରେ ଦୋଷ ଦେଇ ସରକାର ନିଜ ଦୁର୍ବଳତା ପ୍ରକାଶ କରିବାରେ ପଛ ଗୁଞ୍ଛା ଦେଉଥିବା ନେଇ ଲୋକେ କହୁଛନ୍ତି।ବଜାର ରେ ପ୍ରତେକ ସାମଗ୍ରୀ ଦର ବୃଦ୍ଧି ଏବେ ନିୟନ୍ତ୍ରଣ ବାହା ରକୁ ଚାଲିଯାଇଛି। ରେକର୍ଡ ଭଙ୍ଗିଛି ରସୁଣ ଦର ଏବେ ୩୮୦ ପାର, ଅଦା ସେଞ୍ଚୁରୀ,ନୂଆ ପିଆଜ ଏବେ ହାଫ ସେଞ୍ଚୁରୀ, ଟମାଟ ୬୦ ସାଙ୍ଗକୁ ଅଧିକାଂଶ ପରିବା ଦର ୬୦ ଟଙ୍କା ଉପରେ ରହିଛି। ଅଟା, ତେଲ ଦର ମଧ୍ୟ ବଜାର ରେ ତାଳ ମେଳ ରହୁନାହିଁ। ଡ଼ବଲ ଇଞ୍ଜିନ ର ଡ଼ବଲ ଧମାକା ରେ ଗ୍ରାହକ ବେହାଲ ନେତା ଓ ବାବୁ ମାନେ ମାଲାମାଲ ବୋଲି ଚର୍ଚ୍ଚା ହେଉଛି। ଆଗକୁ ଦରବୃଦ୍ଧି ର ମୂଲ୍ୟ ଶାସକ ଦଳକୁ ମହଙ୍ଗା ପଡ଼ିବ ବୋଲି ଆଲୋଚନା ହେଲାଣି।

ad-week
Leave A Reply

Your email address will not be published.