ନାମ ପରିବର୍ତ୍ତନ ଓ ରଙ୍ଗ ବଦଳେଇବା ରେ ସୀମିତ ଡ଼ବଲ ଇଞ୍ଜିନ ସରକାର : ଓଡ଼ିଆ ଅସ୍ମିତା ନାଁଅରେ ଆଦାନୀ କୁ ହମ ଦର୍ଦ୍ !

youtube

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଆସିବାର ଛମାସ ବିତିଲାଣି । ରାଜ୍ୟ ବଜେଟ ଓ ଶୀତକାଳୀନ ଅଧିବେଶନ ବସି ଅତିରିକ୍ତ ବଜେଟଆସିଲାଣି। ଦୁଃଖ ଓ ପରିତାପର ବିଷୟ ରାଜ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ଏକ ଟଙ୍କାର ହୋଇନ ଥିବା କଥା ବିରୋଧି କହୁଛନ୍ତି।ନୂତନ ସରକାର ଆସିବା ପରେ କିଛି ମହିଳା ମାନଙ୍କ ପାଖକୁ ସୁଭଦ୍ରା ଯୋଜନା ରେ ପାଞ୍ଚ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ କୁ ଆସିଛି। ସରକାର ଆସିବାର ସପ୍ତାହ ମଧ୍ୟରେ ୪୫ ହଜାର କୋଟି ଟଙ୍କା ସରକାର ଋଣ ଉଠାଇଥିବା ଚର୍ଚ୍ଚା ହୋଇଥିଲା।ଗୋଟିଏ ପଟେ ରାଜ୍ୟ ବଜେଟ ର ୩୦% ଖର୍ଚ୍ଚ ହୋଇନାହିଁ।ଅନ୍ୟ ପଟେ ରାଜ୍ୟ ସରକାର ଋଣ ଉଠାଇବାର କାରଣ କଣ ?
ଓଡ଼ିଆ ଅସ୍ମିତା ନାଁ କହି ବିଜେପି ସରକାର ଆସିବା ପରେ ଗୋପାଳପୁର ବନ୍ଦର, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟ କୁ ଅଦାନୀ ଗ୍ରୁପ କୁ ଶାଗ ମାଛ ଦରରେ ବିକା ସରିଛି। କୁଆଡ଼େ ଦଳ ମୁଖିଆ ଙ୍କ ପାଖରେ ଶାସକ ଦଳର ବିଧାୟକ ମାନେ ଖୋଲାଖୋଲି ଭାବେ ସେମାନଙ୍କ ର ଅସହାୟତା ବଖାଣୁଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ କୁଆଡ଼େ ରିମୋଟ କଣ୍ଟ୍ରୋଲ ରେ ଅନ ଅଫ ହେଉଥିବା ଆଲୋଚନା ହେଉଛି। ଓଡ଼ିଶାର ଅର୍ଥ ଏବେ ଗୁଜରାଟ ରେ ମହୁମାଛି ଭଳି ମହୁ ସଂଗ୍ରହ କରି ସେଠାରେ ଠୁଳ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ରାଜ୍ୟ ବାସୀଙ୍କୁ ତିନି ଶହ ୟୁନିଟ ମାଗଣା ବିଜୁଳି ମିଳିବ ବୋଲି କହିଥିଲେ।ଡ଼ବଲ ଇଞ୍ଜିନ ସରକାର ଆସିବା ପରେ ଅମିତ ଶାହାଙ୍କ ଭାଷାରେ ମୋଦିଙ୍କ ଜୁମଲାରେ ପରିଣତ ହୋଇଛି। ରାଜ୍ୟର ଅଧିକାଂଶ ବିଧାୟକ ଅଫିସର,ଠିକାଦାର, ମଦ, ବାଲି ମାଫିଆ ମାନଙ୍କ ଠାରୁ ବଟି ମାଗିବା ଅଡିଓ ଭାଇରଲ ହେବାର ନଜିର ରହିଛି।ଶାସକ ଦଳର ଅଧିକାଂଶ ନେତା ମାନେ ପ୍ରଧାନମନ୍ତ୍ରୀଙ୍କ ଢାଞ୍ଚାରେ ପୋଷାକ ପରିଧାନ କରି ଫମ୍ପା ଭାଷଣ ଦେଉଥିବା ଟିଭି ପର୍ଦା ରେ ଦେଖିବାକୁ ମିଳୁଛି। ଆଲିବାବା… ର ମନ୍ତ୍ର ଭଳି “ଖୁଲାଯା ସିଂମ ସିଂମ” ଭଳି ରାଜ୍ୟର ଉନ୍ନୟନ କାର୍ଯ୍ୟ ଚାଲିଥିବା ନେଇ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.