ବିଦ୍ୟୁତ୍ ସଂସ୍ପର୍ଶରେ ଯୁବକ ଆହତ, ଟାୟାର ଜାଳି ରାସ୍ତା ରୋକ

add-all

ପାତ୍ରପୁର : ପାତ୍ରପୁର ବ୍ଲକର ପଦାଦିଗି ପଂଚାୟତ କେଲୁଆ ନାରାୟଣପୁର ଛକ ଠାରେ ବିଦ୍ୟୁତ୍ ତାର ସଂ୍ପର୍ଶରେ ଆସି ଜଣେ ଯୁବକ ଆହତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି l ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି l ଆହତ ଯୁବକ ଜଣକ ହେଉଛନ୍ତି ପ୍ରିତମ୍ ଚକ୍ରବର୍ତ୍ତୀ (୨୨) l ସେ ଏକ ଘୋରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି।ରବିବାର ପ୍ରିତମ କମ୍ପାନୀର ବିଜ୍ଞାପନ ବୋର୍ଡ କେଲୁହ ଛକଠାରେ ତଙ୍ଗୁଥିବା ବେଳେ ୧୧କେଭି ବିଦ୍ୟୁତ୍ ତାର ସଂସପର୍ଶରେ ଆସି ଆହତ ହୋଇଥିଲେ।ତୁରନ୍ତ ସ୍ଥାନୀୟ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ପତ୍ରପୁର ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ ।ଏହି ଖବର ପ୍ରଚାରିତ ହେବା ପରେ ବହୁ ଲୋକ ରୁଣ୍ଡ ହୋଇ ଚିକିତିଥରୁ ଖରିଆଗୁଦା ଏବଂ ପତ୍ରପୁର ତୁମ୍ବା ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ ତିନି ପର୍ସରେ ବହୁ ଗାଡ଼ି ଅଟକି ଥିବା ବେଳେ ସ୍ଥାନୀୟ ଦୋକାନ ବଜାର ବିଦ୍ୟୁତ୍ ତାର ଯାଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଲୋକମାନେ ଅଭିଯୋଗ କରିବା ସହିତ ସ୍ଥାୟୀ ପ୍ରତିକାର ଦାବୀ କରିଥିଲେ।ଖବର ପାଇ ପତ୍ରପୁର ଅତିରିକ୍ତ ତହସିଲଦାର ଦିଲୀପ କୁମାର ଦେହୁରୀ , ଜରାଡ ଥାନା ଅଧିକାରୀ ଟୁନା ସାସମଲ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ।ଆଗାମୀ ଦିନରେ ଏକ ସ୍ଥାନୀୟ ପ୍ରତିନିଧି ଦଳ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିବା ନେଇ ସ୍ଥିର ହେବା ପରେ ରାସ୍ତାରୋକ ହଟିଥିଲା।

ad-week
Leave A Reply

Your email address will not be published.