ବେଆଇନ ବାଲି ଚାଲାଣ କରୁଥିବା ମାଫିଆଙ୍କ ଉପରେ ବନ ବିଭାଗ ର ଚଢାଉ…

ଚଢାଉ ଧର୍ମକୁ ଆଖିଠାର ନୁହଁତ…!!

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରେ ବାଲି ମାଫିଆ ମାନଙ୍କ ରାଜୁତି ବୃଦ୍ଧି ପାଇବାରେ ଲାଗିଛି ମୁଖ୍ୟତଃ ଜିଲ୍ଲା ରେ ପ୍ରଭାବିତ ହେଉଥିବା ବିଭିର୍ଣ୍ଣ ନଦୀ ରୁ ବେଆଇନ ବାଲି ଉଠାଣ ଚାଲୁ ରହିଛି l କିଛି ଅସାଧୁ ଅଫିସର ଓ କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ମାସିକିଆ ବଟି ଦେଇ ବାଲି ମାଫିଆ ମାନେ ରାତି ଦିନ ତମାମ ଚୋରା ବାଲି ଚାଲାଣ କରୁଥିବା ନଜିର ବି ରହିଛି l କିଛି ଦିନ ତଳେ ବୀରମିତ୍ରପୁର ଥାନ ପକ୍ଷରୁ ଚଢାଉ କରି କିଛି ଗାଡି ଅଟକ ରଖିଥିବା ଦେଖିବାକୁ ମିଳିଥିଲା l ସୂଚନା ଥାଉକି ସୁନ୍ଦରଗଡ଼ ଜିଲ୍ଲା ନୁଆଁଗା ବ୍ଲକ ଅନ୍ତର୍ଗତ ଝାଡବେଡା ଅଞ୍ଚଳରେ ଥିବା ଦେୱାନାଥ ନଦୀରୁ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଚୋରା ବାଲି ଚାଲାଣ ହେଉଥିବା କୁ ନେଇ ବାରମ୍ବାର ତହସିଲ, ମାଇନିଙ୍ଗ ଓ ପ୍ରଶାସନଙ୍କୁ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ କେହି ପଦକ୍ଷେପ ନେଉ ନ ଥିଲେ l ମାଇନିଙ୍ଗ ବିଭାଗ ରୁ ଏହା ହଟି ବନ ବିଭାଗ କୁ ଦାଇତ୍ୱ ହସ୍ତାନ୍ତର ଦେବା ପରେ ଆଜି ବୀରମିତ୍ରପୁର ବନାଞ୍ଚଳ ଅଧିକାରୀ ଏ ସି ଫ ଦୁର୍ଯ୍ୟୋଧନ ଯରୱା ଏକ ଟିମ ଗଠନ କରି ନୂଆଗାଁ ବ୍ଲକ ଅନ୍ତର୍ଗତ ଝାଡବେଡା ଅଞ୍ଚଳରେ ଥିବା ଦେୱାନାଥ ନଦୀରେ ବାଲି ଉଠାଉଥିବା ବେଳେ ଅଚାନକ ଭାବରେ ଚଢାଉ କରି ଆଠଟି ବାଲି ବୋଝେଇ ଟ୍ରାକ୍ଟର ଏବଂ ଗୋଟିଏ ଖାଲି ଟ୍ରାକ୍ଟର ଧରିବାରେ ସଫଳ ହୋଇଥିଲେ ! ୯ଟି ଟ୍ରାକ୍ଟରକୁ ବୀରମିତ୍ରପୁର ଫରେଷ୍ଟ କାର୍ଯ୍ୟାଳୟକୁ ଜବତ କରି ଅଣାଯାଇଛି କିନ୍ତୁ କୌଣସି ବ୍ୟକ୍ତି ବିଶେଷ ଙ୍କୁ ଅଟକ କିମ୍ବା ଗିରଫ କରାଯାଇ ନାହିଁ l ଆଜି ବେଆଇନ ବାଲି ଚାଲାଣ କରୁଥିବା ମାଫିଆଙ୍କ ଉପରେ ବନ ବିଭାର ଏହା ପ୍ରଥମ ଚଢ଼ାଉ l ଏହି ଟ୍ରାକ୍ଟର ଗୁଡ଼ିକର କାଗଜ ପତ୍ର ଯାଞ୍ଚ କରିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ l ଏବଂ ଆଗାମୀ ଦିନରେ ଏହିପରି ଚଢାଉ ଜାରି ରହିବ ବୋଲି ଅଧିକାରୀ କହିଛନ୍ତି l ଉକ୍ତ ଚଢାଉ ପରେ ଅଞ୍ଚଳ ରେ ଥିବା ମାଫିଆ ମାନେ ଏବେ ବନ ବିଭାଗ କୁ କିପରି ସନ୍ତୁଷ୍ଟ କରି ନିଜ ବ୍ୟବସାୟ ଚଳାଇବେ କସରତ ଆରମ୍ଭ କରିବା ଦେଖିବାକୁ ରହିଲା l ଏଠାରେ ସୂଚନା ଥାଉକି ଦିନକୁ ଜିଲ୍ଲା ରୁ କୋଟି କୋଟି ଟଙ୍କାର ରାଜସ୍ବ ସରକାର ହରାଉଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହୋଇଛି l

ad-week
Leave A Reply

Your email address will not be published.