ହୋମଗାର୍ଡ ରାଇଜିଙ୍ଗ ଡେ ରେ ଗୃହରକ୍ଷୀଙ୍କ ପକ୍ଷରୁ କମ୍ବଳ ବଣ୍ଟନ

add-all

ଫୁଲବାଣୀ : ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ହୋମ ଗାର୍ଡ ରାଇଜିଙ୍ଗ ଡେ ଅବସରରେ ଗୃହରକ୍ଷୀ ସଂଘ ପକ୍ଷରୁ କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ୟାରେଡ ଅଭିବାଦନ ସରିବା ପରେ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ପୂର୍ବ ଆଲୋଚନା ପ୍ରକାରେ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ,ପ୍ଳାଟୁନ କମାଣ୍ଡର ତଥା କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ,ହୋମଗାର୍ଡ ସଂଘ ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ, ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦନ , ହୋମଗାର୍ଡ ,ସଂଘ କର୍ମକର୍ତ୍ତା ଜୟନ୍ତୀ ଚୈଧୁରୀ ସାଫରିନ ଖାନ୍ ବିଶେଶ୍ୱର ସାହୁ , ଦିନବନ୍ଧୁ ଦିଗାଲ, ଦୈତାରି ଦିଗାଲ ନାଗାର୍ଜୁନ ବଳିୟାର ସିଂ,ସୀମାଞ୍ଚଳ ମୂଖୀ, ନିମେୟୀ ଚରଣ କହଁର,ସରତ ରଣାଙ୍କ ଉପସ୍ଥିତରେ ମାଦିକୁନ୍ଦା ଛକ ଦଧିବାମନ ମନ୍ଦିର ପରିସରରେ ଅସହାୟ ଭିକ୍ଷୁକ ମାନଙ୍କୁ କମଳ ବଣ୍ଟନ କରାଯାଇଥିଲା l ଏପରି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ପ୍ରତ୍ୟେକ ବର୍ଷ ହୋମଗାର୍ଡ ସଂଘ ପକ୍ଷରୁ କରାଯାଉଥିବା ରୁ ସହରବାସୀ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

ad-week
Leave A Reply

Your email address will not be published.