ବି ଆର ଆମ୍ବେଦକରଙ୍କ ୬୭ତମ ମହାପରି ନିର୍ବାଣ ଦିବସ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଜାଗ୍ରତ କନ୍ଧମାଳ ଓଡିଶା ପକ୍ଷରୁ ବାବା ସାହେବ ବିଶ୍ଵରତ୍ନ ଡ଼ଃ ବି ଆର ଆମ୍ବେଦକରଙ୍କ ୬୮ ତମ ମହାପରି ନିର୍ବାଣ ଦିବସ ଗାନ୍ଧୀ ସ୍ମୃତି ଭବନ ଠାରେ ସଭାପତି ଅରୁଣ ନାୟକ ଙ୍କ ସଭାପତିତ୍ବରେ ମହାସମାରୋହରେ ପାଳନ କରାଯାଇଥିଲା l ସକାଳ ଆଠଟାରେ କନ୍ଧମାଳ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବାବାସାହେବଙ୍କ ଏକ ତୈଳ ଫୋଟ ଚିତ୍ର ରଖାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l ସେହିପରି ସଭାଗୃହ ଠାରେ ଅତିଥି ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର,ତାଣ୍ଡି ସାର୍, ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ବ୍ରଜ ବିହାରୀ ନନ୍ଦ, ସୂର୍ଯ୍ୟ ନାରାୟଣ ବେହେରା, ଅଧ୍ୟକ୍ଷ ସୁନୀଲ ବିଶ୍ଵାଳ,
କଣ୍ଠଶିଳ୍ପୀ ଜଳନ୍ଧର ବେହେରା ପ୍ରମୁଖ ଯୋଗ ଦେଇ ଆମ୍ବେଦକର ଙ୍କ ସ୍ମୃତି ଉଚ୍ଚାରଣ କରି ଥିଲେ I
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା,ଆମ୍ବେଦକର ସ୍ମୃତୀ ଚାରଣ କମିଟି ର ସଭାପତି ସମୀର ଘଟାଲ, ବ୍ରାହ୍ମଣ ସାମାଜର କାର୍ଯ୍ୟକାରୀ ସଭାପତି ସର୍ବେଶ୍ଵର ମିଶ୍ର, ଉପଦେଷ୍ଟା ଡ଼. ସୋମନାଥ ବାଗ, ପୂର୍ବତନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁରଙ୍କ ସମେତ ବିଭିନ୍ନ ସାମାଜର ସଭାପତିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l
କମିଟିର ସଦସ୍ୟ ଉମାଚାରଣ ମୁଖି, ତ୍ରିନାଥ ବେହେରା, ବାଞ୍ଛାନିଧି ନାୟକ, ଅନୁସୂଚିତ ଜାତି ସଭାପତି ହୃଷୀକେଶ ବେହେରା, ସଂଖ୍ୟଲଘୁ ସଭାପତି ବନମାଳୀ ଦିଗାଲ, ଓବିଶି ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଛାତ୍ରନେତା ଜଗନ ଗଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ପଦ୍ମଚରଣ ସାହୁ, ଦଳପତି ଖଣ୍ଡାୟତ ସମାଜ ସଭାପତି ବିଭୁତି ଭୂଷଣ ଦଳପତି, କନ୍ଧ ଗୌଡ଼ ସମାଜ ସଭାପତି ପ୍ରେମାନନ୍ଦ ମାଝୀ, ଜାଗ୍ରତ କନ୍ଧମାଳ ଓଡିଶାର ଉପଦେଷ୍ଟା ଶ୍ଵେତାବନ ପୂଜାରୀ, ଏବଂ ବୌଦ୍ଧ ଜ଼ିଲ୍ଲା ଅନୁସୂଚିତ ଜାତି ସଭାପତି ଦଶରଥ ବେହେରା ଓ ଜାଗ୍ରତ କନ୍ଧମାଳର ବହୁ କାର୍ଯ୍ୟକାର୍ତ୍ତା ଅଂଶ ଗ୍ରହଣ କରିଥିଲେ l ମଞ୍ଚକୁ ସାମ୍ବାଦିକ ଅଶୋକ ମହାନ୍ତି ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.