ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ : ଦେଶ ବଞ୍ଚାଅ ସଭା ଅନୁଷ୍ଠିତ

add-all

ସୋରଡ଼ା : ଡିସେମ୍ବର ୬ ତାରିଖ ପୂର୍ବାହ୍ନରେ ସୋରଡ଼ା ଶଶୀଭୁଷଣ ରଥ ଛକ ଠାରେ ଅନୁସୂଚିତ ଜାତି ଓ ଜନଜାତି ଅଧିକାର ସଭା ପକ୍ଷରୁ ସାଥୀ ଜଗା ନାଇକଙ୍କ ନେତୃତ୍ୱରେ ଭାରତର ସମ୍ବିଧାନ ପ୍ରଣେତା,ଆଇନ ବିଶାରଦ,ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ,ରାଜନୀତିଜ୍ଞ,ଅର୍ଥଶାସ୍ତ୍ରୀ ,ସମାଜ ସଂସ୍କାରକ,ଡ଼.ବାବା ସାହେବ ଭୀମରାଓ ରାମଜି ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ ହୋଇଯାଇଛି l ବାବାସାହେବଙ୍କ ଜନ୍ମ ଏକ ଅନୁସୂଚିତ ଜାତି ( ଦଳିତ ମହାର ) ପରିବାରରେ ୧୪ଏପ୍ରିଲ ୧୮୯୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଓ ୬ ଡିସେମ୍ବର ୧୯୫୬ ମସିହାରେ ମୃତ୍ୟ ବରଣ କରିଥିଲେ। ଏହି ମୃତ୍ୟ ଦିବସକୁ ହିଁ ମହାପରିନିର୍ବାଣ ଦିବସ ଭାବେ ପାଳନ ହୋଇଆସୁଛି l ଭାରତର କୋଟି କୋଟି ଉତପୀଡ଼ିତ,ଶୋଷିତ, ନିଷ୍ପେସିତ ଦଳିତ ଓ ଆଦିବାସୀ ତଥା ସମସ୍ତ ବଂଚିତ ବର୍ଗଙ୍କ ରାଜନୈତିକ, ଅର୍ଥନୈତିକ, ସାମାଜିକ ଅଧିକାର ପାଇଁ ବାବାସାହେବ ସଂଘର୍ଷ କରିଥିଲେ। ବିଶେଷ କରି ତଥାକଥିତ ଉଚ୍ଚ ଜାତି ବର୍ଗଙ୍କ ଛୁଆଁ ଅଛୁଆଁ ଭେଦଭାବ ବିରୁଦ୍ଧରେ ସେ ସଂଗ୍ରାମ କରିଥିଲେ। ଶେଷରେ ବାବାସାହେବ ଡ଼.ଆମ୍ବେଦକର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ସମ୍ବିଧାନ ଯେତେ ଭଲ ହୋଇ ଥାଉନା କାହିଁକି କିନ୍ତୁ ପରିଚାଳନା ଲୋକ ଯଦି ଠିକରେ ପରିଚାଳନା କରିବେ ନାହିଁ ତେବେ ସମ୍ବିଧାନ କିଛି କାମରେ ଲାଗିବ ନାହିଁ। ଆଜି ସମ୍ବିଧାନର ୭୫ ବର୍ଷ ପରେ ମଧ୍ୟ ସ୍ୱାଧୀନ ଭାରତରେ ସମ୍ବିଧାନ ନାଁରେ ଶୋଷଣ,ଜୁଲ୍ଲମ, ଅତ୍ୟାଚାର, ଛୁଆଁ ଅଛୁଆଁ ଭେଦଭାବ ବଢିଚାଲିଛି। ଜାତି ନାଁରେ ଅନୁସୂଚିତ ଜାତି ଜନଜାତି ବର୍ଗର ଲୋକଙ୍କୁ ହତ୍ୟା କରାଯାଉଛି, ଅପମାନିତ କରାଯାଉଛି l

ଧର୍ମ ନାଁରେ ଦଙ୍ଗା ହେଉଛି ସେହି ଦଙ୍ଗାରେ ଲକ୍ଷ ଲକ୍ଷ ମଣିଷ ପୋକ ମାଛି ପରି ମରୁଛନ୍ତି। ମଣିଷକୁ ସ୍ୱାସ୍ଥ୍ୟ,ଶିକ୍ଷା,ରୋଜଗାର ଦେବା ବଦଳରେ କେଉଁଠି ମୁସଲମାନଙ୍କ ମସଜିଦ ଭିତରେ ମନ୍ଦିର ଖୋଜା ଯାଉଛି ତ ଆଉ କେଉଁଠି ମନ୍ଦିର ଭିତରେ ମସଜିଦ ଖୋଜା ଯାଉଛି। ଏହି ପ୍ରକାର ତିକ୍ତତା ଷଡଯନ୍ତ୍ରମୂଳକ ଭାବେ ହିନ୍ଦୁ ମୁସଲମାନଙ୍କ ଭିତରେ ଲଗେଇ ଦିଆଯାଉଛି। ସମ୍ବିଧାନରେ ଧର୍ମନିରପେକ୍ଷତା ଓ ସମାଜବାଦ ଶବ୍ଦକୁ ହଟାଇ ଦିଆଯିବାର ଷଡଯନ୍ତ୍ର ତଥା ସମ୍ପୂର୍ଣ ସମ୍ବିଧାନକୁ ବଦଳାଇ ସରକାରୀ ସ୍ତରରେ ଆଇନଗତ ଭାବେ ମନୁବାଦ ପ୍ରତିଷ୍ଠା କରିବାର ଘୃଣ୍ୟ ଷଡଯନ୍ତ୍ର ଚାଲିଛି ବୋଲି ଉପସ୍ଥିତ ବିଭିନ୍ନ ସଂଗଠନର ନେତୃ ମଣ୍ଡଳୀ ବକ୍ତବ୍ୟ ରଖିଥିଲେ। ତା ସହିତ ଜାତିବାଦ, ଫାସିବାଦ, ସାମ୍ପ୍ରଦାୟିକତାବାଦ ତଥା କର୍ପୋରେଟ ଲୁଟ ବିରୁଦ୍ଧରେ ଦୁର୍ବାର ସଂଘର୍ଷ କରିବାକୁ ଆହ୍ୱାନ ଦେଇଥିଲେ ଏହି ସଭାରେ ମାନବଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲିକ, ଆବାହକ ଅବନୀ କୁମାର ଗୟା, ଚାଷୀ ମୂଲିଆ ସଂଘ, ଓଡିଶା ତାଜ୍ୟ ନେତା ନିରାକାର ନାୟକ,ଜିଲ୍ଲା କମିଟି ସଭ୍ୟ କୈଳାସ ମଲିକ, ବ୍ଲକ କମିଟି ନମଶିବା ନାଇକ, ମହୋନ ମଲିକ, ଅରକ୍ଷିତ ନାଇକ ଡ୍ରାଇବର ନାଇକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ad-week
Leave A Reply

Your email address will not be published.