ଫୁଲବାଣୀ : କନ୍ଧମାଳ ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଆଇନଜୀବୀ ସମୀର ମହାପାତ୍ରଙ୍କ ନେତୃତ୍ବରେ ସ୍ଥାନୀୟ ଦଧିବାମନ ଜୀଉଙ୍କ ମନ୍ଦିର ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ପହଞ୍ଚି ଥିଲା l ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଦାଉରୁ ସୁରକ୍ଷା ପାଇଁ ଏକ ସ୍ମାରକ ପତ୍ର ରାଜ୍ଯପାଳ ଉଦ୍ଦେଶ୍ଯରେ କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା l ଏହି ଶୋଭାଯାତ୍ରାରେ ବିଭିନ୍ନ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଏହି ଶୋଭାଯାତ୍ରାରେ ପ୍ରାୟ ଶତାଧିକ ଜନ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା l
